STORYMIRROR

Kalpana Satpathy

Abstract Classics Inspirational

4.5  

Kalpana Satpathy

Abstract Classics Inspirational

ଶୀତୁଆ ପବନ

ଶୀତୁଆ ପବନ

1 min
362

ମଗୁଶୁର ମାସର ଵିଜନ ବେଳାରେ 

ଶିଶି ଶିରି ବାଆ ଦେହକୁ ଥଣ୍ଡା ଥଣ୍ଡା ଲାଗେ,

ଶୀତୁଆ ପବନ ସାଙ୍ଗକୁ କୁହୁଡି କାକର 

ଦେହ ମନ ପ୍ରାଣେ ନୂଆ ନୂଆ 

ଅନୁଭବ ଅନୁଭୁତି ହାତଠାରି ଖାଲି ଡାକେ,

ଜୀବନର ଉପବନେ ଶୀତୁଆ ପବନ 

ଭରିଦିଏ ମନରେ ଆଶାର କିରଣ,

ଶୀତୁଆ ପବନର ସୁଲୁସୁଲୁ ବାଆ ସହିତ 

ଧାନକ୍ଷେତରେ ହଳଦୀ ରଙ୍ଗର ଧାନ କେଣ୍ଡାର 

ଲହରୀ ଖେଳିଯାଏ ମନରେ ଖୁସିର ଛାୟା 

ଚଷା ଭାଇ ମନ ଆନନ୍ଦରେ 

ଶୀତୁଆ ପବନକୁ ସାଥୀକରି ଥଣ୍ଡା କାକରକୁ 

ଖାତିର ନକରି ଯୋଗାଇ ଦିଏ ବର୍ଷକର ଆହାର 

ଖୁସିର ଲହରି ମଧ୍ୟରେ, ଜମାଟ ବାନ୍ଧି ଥିବା 

ସଵୁ ଦୁଃଖ ପିଇଯାଇ ହସ ହସ ମୁହଁରେ 

ସୁନ୍ଦର ସୁନ୍ଦର ଧାନ ଆଣି ଭରିଦିଏ ଭଣ୍ଡାର 

ପରିପୂର୍ଣ୍ଣ କରିଦିଏ ଦାଣ୍ଡ ଅଗଣା 

ଚାରିଆଡ଼େ ଖାଲି ହଳଦୀ ରଙ୍ଗର ଧାନର ଝଲକ 

ଖେଳିଯାଏ ସେହି ମା'ର ଆଶୀର୍ବାଦରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract