STORYMIRROR

Kalpana Satpathy

Abstract Classics Inspirational

4.5  

Kalpana Satpathy

Abstract Classics Inspirational

କାଗଜରେ ଫୁଲ

କାଗଜରେ ଫୁଲ

1 min
20

ନିରିମାଖି ଫୁଲଟିଏ ସେ ଯେ 
କାଗଜରେ ଫୁଲ ପାଖୁଡ଼ା ପରି ସରଳ ଜୀବନ 
ଯିଏ ଦିନେ ହସିଖେଳି ଚାଲୁଥିଲା ଦୁନିଆଁ ଦାଣ୍ଡରେ 
କାଗଜରେ ଫୁଲ ପରି କଁଅଳ ତା'ର ମନ।

ରୂପ ଲାବଣ୍ୟ ଭରା ନବକାନ୍ତି ରୂପ ତା'ର 
ସୁନ୍ଦର ତନୁ ତ୍ୟାଗ ର ସେ ମୂଳାଧାର 
ସେ ହିଁ ସୃଷ୍ଟି ସେ ହିଁ ଅରିଷ୍ଟି 
ତାପରି ହେବ ନାହିଁ କିଏ ସମ।

ନ ବୁଝିଲା ଏ ଦୁନିଆଁ ତାକୁ କରିଲା ଶୋଷଣ 
ଭାରାକ୍ରାନ୍ତ ମନ ନେଇ କିପରି ବା ଚାଲିବ 
ନର ରାକ୍ଷସର କବଳିତ ହୋଇ ନିତି ନିତି
କରୁଥିଲା ସଂଘର୍ଷ ନିର୍ଯାତିତ ନିଷ୍ପେସିତ ପରି 
ଅବେଳରେ ଝଡି ପଡିଲା ଏକଥା କିଏ ଵା ଜାଣିବ।

ସେ ନୁହେଁ କାଗଜରେ ତିଆରି ଫୁଲ 
ଏମିତି ଅନ୍ୟାୟ ଅତ୍ୟାଚାର ସହିବ 
ସେ ପରା ନାରୀ ଅଯୋନୀ ସମ୍ଭୁତା 
ପୁଣିଥରେ ଜନ୍ମ ନେଇ ସଂହାର କରିବ।

ସତୀ ଉମା ପରି ଦେଇଛି ସେ ପୂର୍ଣ୍ଣାହୁତି 
ଶିବ ବି କରିବେ ତାଣ୍ଡବ 
ସେ ପରା ପବିତ୍ର ଆତ୍ମଟିଏ ପୁଣି ଜନମିବ 
ଜନନୀ ଜଠରେ ନୂଆ ଇତିହାସ ରଚିବ।

ଯୁଗେ ଯୁଗେ ଧର୍ମର ହୋଇଛି ଜୟ 
ଦିନେ ସେ ସମୟ ବି ଆସିବ 
ପ୍ରଳୟର ଇସାରାରେ ଲୋଟିଯିବ ଏ ଧରଣୀ 
ରାକ୍ଷସ ଦାନବଙ୍କ ଦିନେ ବି ବିନାଶ ହେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract