STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ରଙ୍ଗର ପରବ ହୋଲି

ରଙ୍ଗର ପରବ ହୋଲି

1 min
14


ହୋଲିକା ଦହନ

ପାପୀ ବିନାଶନ

ଚବିଶ ତାରିଖ ଶୁଭ ମାର୍ଚ୍ଚ ଦିନ

ରଙ୍ଗୀନ ମର୍ତ୍ତ୍ୟ ଭୁବନ !!


ଫଗୁଣ ପୂର୍ଣ୍ଣିମା

ହୋଲିର ମହିମା

କଳା ଧଳା ନାଲି କାହିଁରେ ଉପମା

ପଚିଶ  ତାରିଖ  ଦିନ

ରଙ୍ଗୀନ ହେବାକୁ ମନ !!


ଉତ୍ସାହିତ ମନ

ହୋଲି ପର୍ବେ ଧ୍ୟାନ

ରଙ୍ଗ ଖେଳୁ ଖେଳୁ କଟି ଯିବ ଦିନ

ଆସିଛି ଟି ପର୍ବ ପୁନଃ

ରଙ୍ଗୀ ହେବାକୁ ମନ !!


ନାହିଁ ଜାତି ଭେଦ

ନାହିଁ  ପ୍ରତିବାଦ

ହୋଲି ଖେଳିବାରେ ପ୍ରୀତି ପ୍ରେମେ ହୃଦ

ରଙ୍ଗ ରଞ୍ଜିତ ବଦନ

ଆନନ୍ଦ ମର୍ତ୍ତ୍ୟ ଭୁବନ !!


ଅଜା ସଙ୍ଗେ ନାତି

ପତ୍ନୀ ସଙ୍ଗେ ପତି

ରଙ୍ଗ ଖେଲିବେରେ ଯୁବା ଓ ଯୁବତୀ

ହିଂସା କପଟ ବର୍ଜନ

ଅମୃତ କାଳର ଦିନ !!


ହାତେ  ପିଚକାରୀ

କିଶୋର କିଶୋରୀ

ରଙ୍ଗ ଖେଳିବରେ ସ୍ନେହ ଶ୍ରଦ୍ଧା ଧରି

ପରା ହୋଲିର ଏ ଦିନ

ପର୍ବ ଏ ରାଷ୍ଟ୍ରେ ଗୁଞ୍ଜନ !!


ଅମୃତର କାଳ

ରଙ୍ଗ ଖେଳ ବେଳ

ରାମ ବାଲ୍ୟରୂପ ଭକ୍ତିର କଜ୍ଜଳ

କଳାକୁ କରି ଲେପନ

ରଖିବା ଧର୍ମରେ ମନ !!


ନୂଆ ଭାରତର

ଗୌରବ କୀର୍ତ୍ତିର

ଲେଖେ ଇତିହାସ ନାରୀହେ ଆଜିର

ଆତ୍ମନିର୍ଭରର ଜ୍ଞାନ

ରଙ୍ଗୀନ ମର୍ତ୍ତ୍ୟ ଭୁବନ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract