Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ପ୍ରକୃତି ଶକ୍ତି

ପ୍ରକୃତି ଶକ୍ତି

1 min
4



ସବୁଜ ଶ୍ୟାମଳେ ହସୁଛି ଧରା

କେତେ ଶକ୍ତି ଲୁକ୍କାୟିତ ତା ପରା ।


ସୂର୍ଯ୍ୟର ଦେହରେ ତାପଜ ଶକ୍ତି 

ବିଜ୍ଞାନ କ୍ଷେତ୍ରରେ ସିଏ ପ୍ରଯୁକ୍ତି ।


ଆଲୋକ ସଂଶ୍ଲେଷଣ ପତ୍ରେ ହୁଅଇ

ମୂଳ ମାଟି ତଳୁ ଜଳ ଶୋଷଇ ।


ପତ୍ର ସବୁଜିମା କଣିକା ଦେହେ

ଖାଦ୍ୟ ପ୍ରସ୍ତୁତ ସେ କରିଣ ଥାଏ ।


ସୂର୍ଯ୍ୟ ଆଲୋକରେ କରେ ପ୍ରସ୍ତୁତ 

ଟରବାଇନ୍ ଘୂରେ ଦୂର ପର୍ବତ ।


ପବନ ଶକ୍ତି ସେ ସଂଗ୍ରହ କରେ

ନୀଳ ଆକାଶର ତଳେ ସେ ଘୂରେ ।


ବିଦ୍ୟୁତ୍ ଶକ୍ତିଟି ସୃଷ୍ଟି ହୁଅଇ

ପବନ ଶକ୍ତିକୁ ସୂର୍ଯ୍ୟ ଚାହଁଇ ।


ଜୀବନ ପାଇଁ ତ ଜରୁରୀ ଯାହା

ଚିତ୍ରଟି ଦର୍ଶାଇ ଦେଉଛି ତାହା ।


ବିନା ଶକତିରେ ବଞ୍ଚି କି ହୁଏ

ଜଳ, ସ୍ଥଳ, ବ୍ୟାୟୁ, ଉତ୍ତାପ ସିଏ ।


ଅମ୍ଳଜାନ ବୃକ୍ଷ ଆମକୁ ଦିଏ 

ଅଙ୍ଗାରକାମ୍ଳକୁ ଶୋଷି ସେ ନିଏ ।


ପରସ୍ପର ପାଇଁ ଆମେ ବଞ୍ଚିଛେ

ମରତ ଭୂମିରେ ଆଜି ହସୁଛେ ।


Rate this content
Log in

Similar oriya poem from Abstract