STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ଦୋଳବିମାନ ରେ.....

ଦୋଳବିମାନ ରେ.....

1 min
50

 ଝୁଲୁ ରେ କହ୍ନେଇ ଝୁଲୁ...                                   

ଝୁଲୁ ରେ ନିତେଇ ଝୁଲୁ ...

     ଝୁଲି ଝୁଲି ଆସେ ଦୋଳ ବିମାନ.....

             ମୁକୁନ୍ଦ ମୁରାରୀ ମଧୁସୂଦନ.....

   କେତକୀ -ପାଖୁଡା -ବଉଳ -ଝରାରେ....

      ଝୁଲୁଥାଏ ବାଳ ଗୋବିନ୍ଦ.......

ଦୋଳବିମାନ ରେ  ରାଧା ଗୋବିନ୍ଦ....(ଦି ଥର )।୧।

କି ସୁନ୍ଦର ଦିଶେ ଦୋଳ ବିମାନେ.......

     ବସିଥାଏ ସେ ତ ମଉନ ମନେ

ରଙ୍ଗ ହୁରି ଖେଳ...... ଟାହିଆ ନାଚ

      ମୃଦଙ୍ଗ ନୃତ୍ୟରେ ରସିକ ପଣେ......

ଝୁଲି ଝୁଲି ଦୋଳ...... ଫଗୁ ଅବିର ରେ

     ଦାଣ୍ଡ କମ୍ପୁଥାଇ..... ଆନନ୍ଦ ମନେ.....

ଝୁଲୁ ରେ.... କହ୍ନେଇ ଝୁଲୁ...... (ଘୋଷା )।୨।

ଫଗୁ ଦଶମୀ ରୁ ଲାଗିଛି ଯାତ

        ଦୋଳ ବିମାନ ରେ ବାନ୍ଧିଛି ନେତ.....

ରଙ୍ଗ କପଡା ର.... ଘେର ବୁଲିଛି......

      ଦୋଳ ବିମାନ ଟି ମନ ମୋହୁଛି.......

ବସିଛି ଦେଖୁଛି......ଝୁଲୁଛି ଖେଳୁଛି

    ନନ୍ଦ ଘର ପୁଅ...... ନାଟୁଆ ନଟ......

ଝୁଲୁରେ..... କହ୍ନେଇ ଝୁଲୁ....... (ଘୋଷା )।୩।

   ମଦନ ମୋହନ...... ରାଧା ଗୋବିନ୍ଦ

କେତେ ନାମ ବହି...... ରସିକ ଫାନ୍ଦ......

ଚଇତି ବାଆ ର.... ଚୋରା ପୀରତି

ମଳୟ ସମୀର   ବହୁଛି ନିତି....   

ତୁଳସୀ...... ନାଇଛି...... ଦୟଣା ଖୋସିଛି

ରାଧା କୃଷ୍ଣ ଦୋଳେ......ପ୍ରୀତି ଭରିଛି......

ଦୋଳ ବିମାନ ରେ ରାଧା ଗୋବିନ୍ଦ......

   ଝୁଲୁଛି ଗୋ ସହି..... ଦେଖ ମୁକୁନ୍ଦ.....

ଝୁଲୁ ରେ..... କହ୍ନେଇ.... ଝୁଲୁ...... (ଘୋଷା )।୪।

ଝୋଟି ମୁରୁଜ ରେ.... ଦାଣ୍ଡ ସୁନ୍ଦର

  କଳସୀ ବସିଛି ଏରୁଣ୍ଡିପର........

ଆମ୍ବ ଡାଳ ସଜା..... ପୂର୍ଣ୍ଣ କୁମ୍ଭରେ.......

ଶ୍ରୀଫଳ ବସିଛି..... କୁମ୍ଭ ଉପରେ

ଝୁଲି ଝୁଲି ଆସେ ଦୋଳବିମାନ.... 

ଶୁଭୁଥାଏ ଶଙ୍ଖ ବାଇଦ ସ୍ଵନ

ହୁଳହୁଳି କର-ତାଳି ହରିବୋଲ

ରୋଷଣୀ ବାଇଦ ଶବଦ ଜାଣ.....

ମହୁଲି ମହୁଲି ମାଦକ ବାଦକ

ଦୋଳ ବିମାନ ରେ...ଦୋଳ ଗୋବିନ୍ଦ.....

ଦୋଳ ବିମାନ ରେ.... ରାଧା ଗୋବିନ୍ଦ....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract