STORYMIRROR

Bharati Bhusan Das

Inspirational

4  

Bharati Bhusan Das

Inspirational

ଯେବେ ବର୍ଷା ଆସିବ...... ✍️

ଯେବେ ବର୍ଷା ଆସିବ...... ✍️

2 mins
22

ଯେବେ ଆକାଶ ରେ କଳା ହାଣ୍ଡିଆ ମେଘ

       ମାଡିଆସେ ମୋ ଗାଁ ଗହୀର ଭିତରେ

ବିଲରୁ ଚାଷୀ ଭାଇ, ହଳ ଖୋଲିଦିଏ

     କାଳିଆ କଷରା

ଧାଇଁ ଯାଆନ୍ତି ଚିହ୍ନା ରାସ୍ତାରେ

    ମଝିରେ ମଝିରେ...... ଚଷା ପୁଅକୁ

               ଅନେଇ ଅନେଇ........

    ବନିସୀ ଖାଡ଼ି ଧରି ଅମାନିଆଁ ଚଗଲା କେଇଜଣ

ବୋଲ ନମାନିଲେ ବି

     ଚଷା ପୁଅର ନହକା ପାଞ୍ଚଣ ଦେଖି

            ବୁଝି ପାରନ୍ତି...... ବେଶ କିଛି

ଖାଳେଇରେ ଗଡ଼ିଶା, କଉ, ଚେଙ୍ଗା ମାଛ କିଛି ଧରି

       ଘର ମୁହାଁ ହୋଇଯାନ୍ତି.....

ବର୍ଷା ମାଡିଆସେ....... ତୁହାକୁ ତୁହା ପବନ

 ବେଙ୍ଗ ବେଙ୍ଗୁଲି ଙ୍କ କେଁ କଟର କେଁ କଟର ଶବ୍ଦ

      ଭାରି ଭଲ ଲାଗେ...... ମୋତେ

ମୋ ଗାଁ ଗହୀର ଭିତରେ.........

       ପଖିଆ ମୁଣ୍ଡେଇ ଚଷା ଭାଇ କହେ

   ସାନବାବୁ....... ଆସ ହେରି

          ପହିଲି ବରଷାରେ ଭିଜନା

                ଥଣ୍ଡା ଧରି ନେବ ଯେ........

     ମୁଁ କିନ୍ତୁ ବୁଝେନା.........

ମୁଁ ଖୋଜେ..... ମୋ ଚିହ୍ନା ତାଳ ଗଛ

  ହୁଡ଼ା ଉପରେ ମାଳ ମାଳ ହୋଇ ଠିଆ ହୋଇଥିଲା

  ଘଡଘଡି ଦାଉରୁ କେତେ ଜୀବନ ବଞ୍ଚାଉ ଥିଲା

     ଅଦିନ ବିଜୁଳି..... କାହାରି ଜୀବନ ନଉ ନଥିଲା

         ଏବେ କିନ୍ତୁ ସମୟ ଦାଉ ସାଧୁଛି

ଏମିତି ଭାବନା ଭିତରେ

     ବିଜୁଳି ଚମକି ଗଲା

ଚଷା ଭାଇ ର କଥା ମାନି ଫେରିବାକୁ ପଡିଲା ଗାଁ କୁ

        ମନ କିନ୍ତୁ... ସେଇ ତାଳ ଗଛ ଚିନ୍ତାରେ

ବାଇ ଚଢେଇ ର ବସା

       ବଗ ବଗୁଲି ଙ୍କ ଆଶ୍ରା......

ସେଇ ତାଳ ଗଛ.......

     ଯେବେ ବର୍ଷା ଢାଙ୍କି ଦିଏ ଆକାଶ କୁ

   ପିଲାଦିନ ସ୍ମୃତି ନାଚି ଉଠେ ମନରେ

      ଏବେ କିନ୍ତୁ..... ଅସହାୟ ମୁଁ

   ମୋ ଗାଁ..... ମୋ ପରିବେଶ.......

        ସାନାବାବୁ ର ପରିଚୟ ମୁଁ ଚାହେଁନା

ମୁଁ ଚାହେଁ..... ମୋ ଚଷା ଭାଇ ର ଭାଇ ଟିଏ

ହୋଇ ରହିବାକୁ...... ବଞ୍ଚିବାକୁ

    ମୋ ଗାଁ ରେ....... ମୋ ମାଟିରେ......

ନିତି ଦେଖିବାକୁ.... କାଳିଆ କଷରା ର ରୂପ

     ଦେଖିବାକୁ ବର୍ଷା...... ଭିଜିବାକୁ ବର୍ଷା ରେ

ଲଗେଇବାକୁ ତାଳ ଗଛ.... ମୋ ଗହୀର ହୁଡାରେ

         ବଂଚେଇବାକୁ ମୋ ଗାଁ କୁ

 ବିଜୁଳି ପ୍ରକୋପ ରୁ...... ଘଡ଼ଘଡ଼ି ଶବ୍ଦ ରୁ

           ବର୍ଷା କୁ ସାଉଁଟିବି......

ବେଙ୍ଗ ବେଙ୍ଗୁଲି ସାଙ୍ଗରେ ଖେଳିବି

     ଚଗଲା ମନରେ..... ପୁଣି ବନିସୀ ଖାଡ଼ି ଧରି

ଖୋଜିବି..... ସେ ଦିନକୁ......

        ଯେବେ ବର୍ଷା ଆସିବ..... ମୋ ଗାଁ କୁ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational