STORYMIRROR

Bharati Bhusan Das

Fantasy

4  

Bharati Bhusan Das

Fantasy

ବିଶ୍ଵକର୍ମା

ବିଶ୍ଵକର୍ମା

1 min
1

ପ୍

ପ୍ରଣମ୍ୟ ଦେବଶିଳ୍ପୀ..... ହେ ବିଶ୍ୱକର୍ମା......

ବିଶ୍ୱ ନିୟନ୍ତା ଙ୍କ....... ବିଚିତ୍ର ବିଧାନ

    ତୁମେ ହିଁ.......ବିଚିତ୍ର କର୍ମା........

ପ୍ରଣମ୍ୟ ଦେବଶିଳ୍ପୀ....... ହେ ବିଶ୍ୱ କର୍ମା.......

କନ୍ୟା ସଂକ୍ରାନ୍ତି ଅଟଇ ପୂଜା ବିଧାନ.....

   ପାର୍ବଣ ଋତୁର ଭବ୍ୟ ଶୁଭାଗମନ........

ଉଛୁଳି ପଡଇ ହୃଦେ..... ଆନନ୍ଦ ଉଲ୍ଲାସ.....

ଦେବଶିଳ୍ପୀ ପ୍ରଣମ୍ୟ..... ..... ଜୀବନ ଭାଷ......।

ଦେବପୁର ଇନ୍ଦ୍ରପୁର..... ସୁଧର୍ମା କଟକ.....

ଦ୍ୱାପର ରେ ଦ୍ୱାରିକା... ତୁମରି ଛଟକ........

ତ୍ରେତୟା ରେ ରଚିଥିଲ ଅବା କେଉଁ ପୁରୀ

 କଳିରେ ତୁମ କୀରତି .... ରହିଛି ଭରି......

ଦେବଶିଳ୍ପୀ......... ବିଶ୍ୱକର୍ମା.... ତବ ପାଦେ ପ୍ରଣତି।

ଶିଳ୍ପୀ ତୁମେ ଦେବ ଙ୍କ ର... ଆୟୁଧ କିରତୀ

ତୁମ ସଂସାର ଜୀବନ ଅଟେ କିମ୍ବଦନ୍ତୀ.....

ଦୁଇ ଝିଅ ଛାୟା ମାୟା... ଜ୍ୱାଇଁ ସୂର୍ଯ୍ୟ ଦେବ....

ଶନି ଯମ ଦୁଇ ନାତି ଅଟନ୍ତି ସେ ଭବ....

ପରମ ପ୍ରତାପ ସେହୁ ସଂସାର ରେ ଯହୁଁ

ପ୍ରଣାମ ଘେନ ହେ ଦେବ... ବିଚାର ମୋ ତହୁଁ......।

ଦେବତା ଙ୍କ ଅସ୍ତ୍ର ଶସ୍ତ୍ର ତୁମେ ତ ବିନ୍ଧାଣି

ଦେଇଛ ସଭିଙ୍କୁ ପୁଣି..... ତୁମେ ମହାଜ୍ଞାନୀ.....

ସର୍ବ ଶେଷେ ଗଦାଟିକୁ ଅର୍ପିଲ ହସ୍ତରେ....

ବୀର ହନୁମାନ ଶକ୍ତି... ତୁମ ଆୟୁଧ ରେ.......

ଶେଷ ଅସ୍ତ୍ର ତୁମ କୀର୍ତ୍ତି ଅଖଣ୍ଡ ଭୂଖଣ୍ଡେ

ହନୁମାନ ବୀର ଗଦା..... ବିଶ୍ୱର ଭୂଖଣ୍ଡେ।

ଯମୁନା ନାତୁଣୀ ପୁଣ୍ୟ ତୋୟା ସେ ତଟିନୀ

ଗର୍ଭେ ଧରି ସାକାରବାଦ ସେହୁ ମଣି......

ପ୍ରଣମ୍ୟ ହେ ବିଶ୍ୱ ଗୁରୁ.... ହେ ବିଶ୍ୱ ବିନ୍ଧାଣି

ବିଶ୍ଵକର୍ମା ଦେବତା ହେ.... ସର୍ବ ଜ୍ଞାତ ପୁଣି।

ଗଢିଛ କଳିରେ ଦାରୁ ମହାମୂର୍ତ୍ତି... କଥିତ ଅଛି ଶାସ୍ତ୍ର ରେ

ଗୁଣ୍ଡିଚା ଘରେ...ତିନି ରତ୍ନ ମଣି.... ଛଦ୍ମ ବେଶ ଆଧାର ରେ

ଜଗତ ଠାକୁର ଲୀଳାମୟ ଙ୍କ ର ଲୀଳା ସବୁ ହେ ପ୍ରଭୁ....

ଅଧା ଗଢ଼ା ଦିଅଁ ରହିଲେ କଳିରେ ସେ ତ ଅନନ୍ତ ଅନାଦି ବିଭୁ ।


Rate this content
Log in

Similar oriya poem from Fantasy