STORYMIRROR

Sitansu Jena

Classics Fantasy Others

4  

Sitansu Jena

Classics Fantasy Others

ଅଝଟ ମୌସୁମୀ

ଅଝଟ ମୌସୁମୀ

1 min
392


ଅଝଟ ମୌସୁମୀ ଆସ ଝୁମିଝୁମି

ଲୁଚିଥିଲ କାହିଁପାଇଁ

ଦୂର ପାହାଡର ଗହିର ମଥାରେ

ଯାଇଥିଲ କିବା ଶୋଇ

ତୁମ ଆଗମନୀ ସଙ୍ଗୀତ ଗାଉଛି

ଶିର ମୋ ଯାଇଛି ନଇଁ

ଅଝଟ ମୌସୁମୀ ଆସ ଝୁମିଝୁମି

ଲୁଚିଥିଲ କାହିଁପାଇଁ..... ।


ଏବେ ଗୋ ଆସିଲ କେଡେ ଅଝଟିଆ

ଆକାଶରେ ମେଘମାଳା

ମାଟିକୁ ଛୁଇଁଲା ଅତି ସରାଗରେ

ମିଳନର ମଧୁଶାଳା

ବତୁରା ଦେହର ବାସନାରେ ମୋହେ

ସାଥିକୁ ତା ପାଶେ ପାଇ

ଅଝଟ ମୌସୁମୀ ଆସ ଝୁମିଝୁମି 

ଲୁଚିଥିଲ କାହିଁପାଇଁ......।


ସ୍ନିଗ୍ଧ ପ୍ରାଣରେ ଭରା ସିତଳତା

ପୂବେଇ ପବନ ବହେ

ବରଷା ରାଣୀର ଉନ୍ମନା ପାଉଁଜି

ଫିସିଫିସି କଥା କହେ

ନିଦୁଆ ନିଦୁଆ ଆଖିରେ ସପନ

କରଲେଉଟାଇ ଛୁଇଁ

ଅଝଟ ମୌସୁମୀ ଆସ ଝୁମିଝୁମି

ଲୁଚିଥିଲ କାହିଁପାଇଁ......।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics