STORYMIRROR

Sitansu Jena

Romance Fantasy

4  

Sitansu Jena

Romance Fantasy

ଫୁଲେଇ ଶ୍ରାବଣ

ଫୁଲେଇ ଶ୍ରାବଣ

1 min
16

🌼

ଫୁଲେଇ ଶ୍ରାବଣ ମୋ ମନ ମୁକୁରେ 

ମିଠା ଚୁମା ବୋଳି ଦେଲ 

ରିମିଝିମି ତୁମ ମୂର୍ଚ୍ଛନା ତାଳେ 

ମୋତେ ଗୋ ମଜାଇ ଦେଲ 

ପିଆଲାରେ ଭରା ମଦିରାରେ ସତେ 

ମାଦକତା ଭରି ଗଲ 

ଫୁଲେଇ ଶ୍ରାବଣ ମୋ ମନ ମୁକୁରେ 

ମିଠା ଚୁମା ବୋଳି ଦେଲ................


ତୁମେ ମୋ ପିଆସୀ ପ୍ରିତି ର ଅଳକା 

ଅପରୂପା ଆଲୋଡନ 

ମୃଦୁ ମହକର ମନ୍ଦ୍ର ଋତୁମତୀ 

ଶିକ୍ତ ପ୍ରାଣ ଆବାହନ  

ସେନେହବୋଳା ମୋ ଅନିନ୍ଦ୍ୟ ଉପମା

ଅମୃତ କୁ ଝରାଇଲ 

ଫୁଲେଇ ଶ୍ରାବଣ ମୋ ମନ ମୁକୁରେ 

ମିଠା ଚୁମା ବୋଳି ଦେଲ................


ଚପଳଛନ୍ଦା ମୋ ଅଳକନନ୍ଦା ଆଶାବରୀ ଅଭିଲେଖା 

ଚିତ୍ରରେଖା ତୁମେ ତିମିର ବିଦାର 

ଦେଇଯାଅ ଥରେ ଦେଖା 

ତନୁରେ ମନରେ ପ୍ରତି ଉପାଦାନେ 

ମୋ ପ୍ରେୟସୀ ତୁମେ ହେଲ 

ଫୁଲେଇ ଶ୍ରାବଣ ମୋ ମନ ବୁକୁରେ 

ମିଠା ଚୁମା ବୋଳି ଦେଲ................

🌼

ସୀତାଂଶୁ ଜେନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance