ପ୍ରତିଜ୍ଞା
ପ୍ରତିଜ୍ଞା
🌼
ଅଗଷ୍ଟ ଦେଇଛି ସଂକଳ୍ପ ର ଡାକ
ଉଠିଛି ପ୍ରତିଜ୍ଞା ଚେଇଁ
ଦୁହେଁ ନେଇଛନ୍ତି ଶପଥ କୁ ପାତି
ଦେଶ ମାତୃକାକୁ ଛୁଇଁ
ହଟିଯାଅ ଏଠୁ ଦୁର୍ବାର ପଣ
ତେଜି ଆମ ଜନ୍ମଭୂଇଁ
ଅଗଷ୍ଟ ଦେଇଛି ସଂକଳ୍ପ ର ଡାକ
ଉଠିଛି ପ୍ରତିଜ୍ଞା ଚେଇଁ....................
ରଣ ଦୁନ୍ଦୁଭି ତୁର୍ଯ୍ୟ ନାଦରେ
ନିନାଦିତ ହୁଏ ମହି
ଦୁହେଁ ଦୁହିଁଙ୍କର ହାତ ଛନ୍ଦିଦେଇ
ମନେ ବୀର ମନ୍ତ୍ର ଗାଇ
ସ୍ୱାଧୀନ ବହ୍ନରେ ଦେବା ପାଇଁ ଝାସ
ମଥା ଯାଇଅଛି ନଇଁ
ଅଗଷ୍ଟ ଦେଇଛି ସଂକଳ୍ପ ର ଡାକ
ପ୍ରତିଜ୍ଞା ଉଠିଛି ଚେଇଁ..................
ଦେବୁରେ ଜୀବନ ମାଟି ମାଆ ପାଇଁ
ଯାଇଛି ରକତ ଝରି
ଗୋରା କମାଣ ର ପିସାଚ ଗୋଳି ରେ
ପ୍ରତିଜ୍ଞା ଯାଇଛି ମରି
ଅଗଷ୍ଟ କାନ୍ଦୁଚି ତୁହାଇ ତୁହାଇ
ପ୍ରତିଜ୍ଞା ଗଲା ମୋ କାଇଁ
ଅଗଷ୍ଟ ଦେଇଛି ସଂକଳ୍ପ ର ଡାକ
ପ୍ରତିଜ୍ଞା ଉଠିଛି ଚେଇଁ....................
ହେବିନାହିଁ ମୁହିଁ ଭୀରୁକାପୁରୁଷ
ଧରିଛି ହାତରେ ଝଣ୍ଡା
ତଥାପି ବଞ୍ଚିବି ସ୍ୱାଧୀନତା ନେଇ
ଧରିଛି ତୀକ୍ଷ୍ଣ ଖଣ୍ଡା
ମରିବି ମାରିବି ନାହିଁ ଡର ଆଉ
ଚାଲି ଯାଅ ଯହିଁ ତହିଁ
ଅଗଷ୍ଟ ଦେଇଛି ସଂକଳ୍ପ ର ଡାକ
ପ୍ରତିଜ୍ଞା ଉଠିଛି ଚେଇଁ....................
🌼
ସୀତାଂଶୁ ଜେନା
