STORYMIRROR

Sitansu Jena

Romance Fantasy Inspirational

4  

Sitansu Jena

Romance Fantasy Inspirational

ଶ୍ରାବଣୀ ଗୋ ତୁମେ

ଶ୍ରାବଣୀ ଗୋ ତୁମେ

1 min
14


ଶ୍ରାବଣୀ ଗୋ ତୁମେ ମୋ ମନ ଋତୁର 

ଋତୁମତୀ ରୁପାମ୍ବିକା 

ନୀଳ ଆକାଶ ର କଳା ମେଘ ତୁମେ 

ତୁମେବି ରମ୍ଭା ମେନକା 

ଭିଜା ମାଟି ଦେହେ ଅମୀୟ ର ଛଟା 

ତୁମେମୋ ପ୍ରିତି ଅଳକା 

ଶ୍ରାବଣୀ ଗୋ ତୁମେ ମୋ ମନ ଋତୁର 

ୠତୁମତୀ ରୁପାମ୍ବିକା l


ଧାରଧାର ଝର ମୋ ବୁକୁକୁ ଛୁଇଁ 

ଉନ୍ନ୍ମତ ପାଦ ନୁପୁର 

ଚଞ୍ଚଳ ଚାହାଣୀ ପିଚିପିଚି ହସ 

ତୁମେମୋ ହୃଦୟ ଚୋର 

ଏଇଠି ଆସୁଛ ପୁଣି ଲୁଚିଯାଇ 

ଆସ ଗୋ ଚୁପି ଚୁପିକା 

ଶ୍ରାବଣୀ ଗୋ ତୁମେ ମୋ ମନ ଋତୁର 

ୠତୁମତୀ ରୁପାମ୍ବିକା l


ଭୁଲି ମୁଁ ଯାଇଛି ନିଦାଘର ଜ୍ୱାଳା 

ପାଇଁ ତୁମ ଆଗମନୀ 

ମୋବେହେଲା ତୋଳେକେତେ ଛନ୍ଦ ପୁଣି 

ଗାଏ ଆନନ୍ଦ ରାଗିଣୀ 

ଜଡ଼ାଇ ଧର ମୋ ସୁଦକ୍ଷ ବପୁକୁ 

ଆଜିତ ହୋଇଛି ଦେଖା 

ଶ୍ରାବଣୀ ଗୋ ତୁମେ ମୋ ମନ ଋତୁର 

ୠତୁମତୀ ରୁପାମ୍ବିକା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance