STORYMIRROR

Sitansu Jena

Romance Inspirational

4  

Sitansu Jena

Romance Inspirational

ଚକୋରୀ ଚନ୍ଦ୍ରବଳୀ

ଚକୋରୀ ଚନ୍ଦ୍ରବଳୀ

1 min
12


ଅଦିନେ ଆକାଶୁ ବରଷିଲା ମେଘ 

ମେଣ୍ଟାଇଲା ମୋର ଶୋଷ 

ନବଦୃବାଦଳ ନଟ ଶ୍ୟାମଘନ 

ମୋ ପାଖକୁ ଆସ ଆସ 

ତୃଷ୍ନା ମୁଁ ଆଜି ପ୍ରେମର ପୁରବୀ 

ରଚିବାକୁ ସାଥେ ରାଶ 

ଅଦିନେ ଆକାଶୁ ବରଷିଲା ମେଘ ମେଣ୍ଟାଇଲା ମୋର ଶୋଷ.............


ଆସିଗଲା ଏବେ ମଧୁଝରା ରାତି 

କବରୀରେ କୃଷ୍ଣଚୂଡ଼ା 

ଅଳସ ଅଙ୍ଗରେ କିଏ ଜାଚିଦେଲା 

ରାଧା ତମାଳର ତୋଡ଼ା 

ଖସିଗଲା ପୁଣି ନିତମ୍ବରୁ ବିଛା 

ହୋଇନାହିଁ ସହବାସ 

ଅଦିନେ ଆକାଶୁ ବରଷିଲା ମେଘ 

ମେଣ୍ଟାଇଲା ମୋର ଶୋଷ.............


କସ୍ତୁରୀର ବାସ ମହକି ଉଠିଲା 

ତୁମକୁ ପାଇଲି ନାହିଁ 

ଛପି ଛପି ତୁମେ ଚୁପି ଚୁପି ଆସ 

କେଉଁଠି ଲୁଚିଛ କାହିଁ 

ସହି ପାରୁନାହିଁ ରହି ପାରୁନାହିଁ 

ଚକୋରୀ ଚନ୍ଦ୍ରାବକି 


ଆସ ଗୋ ସହସି ମନ କୁଞ୍ଜବନେ 

କରିବାକୁ ସାଥେ କେଳି.................



Rate this content
Log in

Similar oriya poem from Romance