STORYMIRROR

Sitansu Jena

Romance Fantasy

4  

Sitansu Jena

Romance Fantasy

ଶ୍ରାବଣ ସକାଳ

ଶ୍ରାବଣ ସକାଳ

1 min
14

🌼

ଶ୍ରାବଣ ସକାଳେ ଭାରି ମନେପଡେ 

ବିଗତ ଦିନର କଥା 

ଚାଲୁଥିଲେ ଦୁହେଁ ହୋଇ ଧରାଧରି 

ଭିଜୁଥିଲା ଆମ ଛତା 

ଛାଟ ମାରୁଥିଲା ଦେହକୁ ଆମର 

ଆଗୋ ମୋ ସୁନ୍ଦରୀ ସୀତା 

ଶ୍ରାଵଣ ସକାଳେ ଭାରି ମନେପଡେ 

ବିଗତ ଦିନର କଥା.......................


ନ ଥିଲା କାହାର ବନ୍ଧନ ଭାର 

ଓଠ ପିଉଥିଲା ବର୍ଷା 

କାଲୁଆ ପବନେ ତୁମ ବୁକୁ ପରେ 

ଥିଲା ମୋ ମଉନ ଭାଷା 

ଝୁମିଯାଉଥିଲା ଉଷ୍ଣତା ଦେହେ 

ନ ଥିଲା କାହାର ପତା 

ଶ୍ରାବଣ ସକାଳେ ଭାରି ମନେପଡେ 

ବିଗତ ଦିନର କଥା......................


କଥା ନୁହେଁ ଖାଲି କହିବାର ଏଠି 

ତୁମେ ସାତ ପର କଲ 

ଆଉ କାହା ହାତ ଧରିଲ ଗୋ କୁହ 

ମୋତେ କାହିଁ ଭୁଲିଗଲ 

କେଉଁଭୁଲ ପାଇଁ ଦେଲ ମୋତେଦୋଷ 

ବୁଲିଯାଏ ମୋର ମଥା 

ଶ୍ରାବଣ ସକାଳେ ଭାରି ମନେପଡେ 

ବିଗତ ଦିନର କଥା.......................

🌼

ସୀତାଂଶୁ ଜେନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance