କ୍ରାନ୍ତି ଆଖିରେ ଅଗଷ୍ଟ ର ନିଆଁ
କ୍ରାନ୍ତି ଆଖିରେ ଅଗଷ୍ଟ ର ନିଆଁ
🌼
କାନ୍ତି ଆଖିରେ ଅଗଷ୍ଟ ର ନିଆଁ
ଜଳେ ହୁତୁ ହୁତୁ ହୋଇ
ଏମିତି ରଚିଛି ବିଭୀଷିକା ସତେ
ସହିଦର ଜଳେ ଜୁଇ
ଜାଳିଦେବ ସିଏ ଫିରିଙ୍ଗିର ହିଆ
ସାଜି ଉଗ୍ର ମହାମାୟୀ
କ୍ରାନ୍ତି ଆଖିରେ ଅଗଷ୍ଟ ର ନିଆଁ
ଜଳେ ହୁତୁ ହୁତୁ ହୋଇ..................
କରିବ ମରିବ କରିଛି ସେ ପଣ
ବଜ୍ର ଶପଥ ନେଇ
ପାଇକ ରକତେ କପାଳେ ତାହାର
ବିଜୟ ତିଳକ ନାଇ
ଧ୍ୱଂସ କରିବ ଗୋରା ଶିବିରକୁ
ଅବିଳମ୍ବେ ଯୁଦ୍ଧେ ଯାଇ
କ୍ରାନ୍ତି ଆଖିରେ ଅଗଷ୍ଟ ର ନିଆଁ
ଜଳେ ହୁତୁହୁତୁ ହୋଇ...................
ଦିଗବିଦିଗ ଦେଇ ହୁଙ୍କାର
ଫୁତ୍କାର କରେ ରହି
ରଖିବି ନାହିଁ ଗୋରାକୁ ବାରେ
ଛାଡୁ ମୋ ଭାରତ ମହି
ଧରାଶାୟୀ ତାକୁ କରିବି ବୋଲିତ
କଥା ଦେଇଅଛି ମୁହିଁ
କ୍ରାନ୍ତି ଆଖିରେ ଅଗଷ୍ଟ ର ନିଆଁ
ଜଳେ ହୁତୁହୁତୁ ହୋଇ...................
🌼
ସୀତାଂଶୁ ଜେନା
