STORYMIRROR

Sitansu Jena

Romance Fantasy

4  

Sitansu Jena

Romance Fantasy

ପ୍ରିତି ପାଖୁଡା ର ଭଅଁର ଟିଏ ମୁଁ

ପ୍ରିତି ପାଖୁଡା ର ଭଅଁର ଟିଏ ମୁଁ

1 min
357


ପ୍ରିତି ପାଖୁଡା ର ଭଅଁର ଟିଏ ମୁଁ 

ତୁମେ ଗୋ ସଜ ସେବତୀ 

ଛନ ଛନ ତୁମ ରୂପ ରଙ୍ଗ ବାସ 

ସତେ କି ମଉନା ବତୀ 

କେଉଁ ଆବେଗରେ ତୁମକୁ ମୁଁ ଛୁଏଁ 

ଆସୁଥାଏ ନିତିନିତି 

ପ୍ରିତି ପାଖୁଡ଼ାର ଭଅଁର ଟିଏ ମୁଁ 

ତୁମେ ଗୋ ସଜ ସେବତୀ ।


ଋତୁରେ ଋତୁରେ ରୂପମୟୀ ମେନା 

ଶୀତ ର ମଧୁ ମୂର୍ଚ୍ଛନା 

ଭୁରି ଭୁରି ଗନ୍ଧ ଗଗନେ ପବନେ 

କରଥାଅ ଆନମନା 

କମ୍ପନ ଆଣେ ଉଷୁମ ଦେହରେ 

ତୁମେ କି ବୁଝି ପାରନା 

ଋତୁରେ ଋତୁରେ ରୂପ ମୟୀ ମେନା 

ଶୀତ ର ମଧୁ ମୂର୍ଚ୍ଛନା ।


କେବେ ଦେବତାର ମନହାରିଣୀ ଗୋ

ସୁବର୍ଣ୍ଣ ସୂତାରେ ଗୁନ୍ଥା 

ମନ ମୋହୁଥାଅ ଦେବଠୁ ମାନବେ 

ହୋଇ ତାଙ୍କ ପ୍ରେମ କାନ୍ତା 

ଏମିତି ରୂପସୀ ତନୁ ତନିମାରେ 

ଯାଏ ଏଇ ଋତୁ ବିତି 

ପ୍ରିତି ପାଖୁଡା ର ଭଅଁର ଟିଏ ମୁଁ 

ତୁମେ ଗୋ ସଜ ସେବତୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance