ବିଧୁରା ବିଶାଖା
ବିଧୁରା ବିଶାଖା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବିଜୁଳି ଖେଳିଲା ବ୍ରଜ ଆକାଶରେ
ବିସାଖା ପ୍ରେମରେ ବାଈ
ବାଜିଲା ମୃଦଙ୍ଗ ଘୁମୁରି ଘୁମୁରି
ମୁରଲୀ ଗଲ ଗୋ କାହିଁ
ମୋର ବେଣୁପାଣି ବହିଲା ଉଜାଣୀ
ମୁଁଯେ ଆନମନା କାହିଁପାଇଁ
ବିଜୁଳି ଖେଳିଲା ବ୍ରଜ ଆକାଶରେ
ବିଶାଖା ପ୍ରେମରେ ବାଈ................
ବିତିଗଲା ଦିନ ଆସିଲା ରଜନୀ
କଜ୍ଜ୍ୱଳକୁ କଲା ଚୋରୀ
ପାଦର ପାହୁଡ଼ ବାଜେଣି ନୂପୁର
ଲାଗେ ମୋତେ ଭାରି ଭାରି
ଅଵଗୁଣ୍ଠନରେ ଆଲୁରା ପଡିଲା
ଚନ୍ଦନ ବାସିଲା ନାହିଁ
ବିଜୁଳି ଖେଳିଲା ବ୍ରଜ ଆକାଶରେ
ବିଶାଖା ପ୍ରେମରେ ବାଈ................
କାଆଗେ କହିବି ମୋ ମନର କଥା
ତୁମେତ ବୁଝିଲ ନାହିଁ
ଅଂଚଳ ମୋର ଭିଜିଲା ବଇଁଶୀ
ଗଣ୍ଡକୁ ଛୁଇଁଲା ଯାଇଁ
ମୋ ଲୁହରେ ତୁମ ଧୋଇଦେବି ପାଦ
ଆସ ମୋକଳା କନହେଈଁ
ବିଧୁରା ବିଶାଖା କଇଁ କଇଁ କାନ୍ଦେ
ତୁମକୁ ଗୋ ଶୁଭୁନାହିଁ..........