STORYMIRROR

Sitansu Jena

Tragedy Inspirational

3  

Sitansu Jena

Tragedy Inspirational

ବିଧୁରା ବିଶାଖା

ବିଧୁରା ବିଶାଖା

1 min
183

ବିଜୁଳି ଖେଳିଲା ବ୍ରଜ ଆକାଶରେ 

ବିସାଖା ପ୍ରେମରେ ବାଈ 

ବାଜିଲା ମୃଦଙ୍ଗ ଘୁମୁରି ଘୁମୁରି 

ମୁରଲୀ ଗଲ ଗୋ କାହିଁ 

ମୋର ବେଣୁପାଣି ବହିଲା ଉଜାଣୀ 

ମୁଁଯେ ଆନମନା କାହିଁପାଇଁ 

ବିଜୁଳି ଖେଳିଲା ବ୍ରଜ ଆକାଶରେ 

ବିଶାଖା ପ୍ରେମରେ ବାଈ................


ବିତିଗଲା ଦିନ ଆସିଲା ରଜନୀ 

କଜ୍ଜ୍ୱଳକୁ କଲା ଚୋରୀ 

ପାଦର ପାହୁଡ଼ ବାଜେଣି ନୂପୁର 

ଲାଗେ ମୋତେ ଭାରି ଭାରି 

ଅଵଗୁଣ୍ଠନରେ ଆଲୁରା ପଡିଲା 

ଚନ୍ଦନ ବାସିଲା ନାହିଁ 

ବିଜୁଳି ଖେଳିଲା ବ୍ରଜ ଆକାଶରେ 

ବିଶାଖା ପ୍ରେମରେ ବାଈ................


କାଆଗେ କହିବି ମୋ ମନର କଥା 

ତୁମେତ ବୁଝିଲ ନାହିଁ 

ଅଂଚଳ ମୋର ଭିଜିଲା ବଇଁଶୀ 

ଗଣ୍ଡକୁ ଛୁଇଁଲା ଯାଇଁ 

ମୋ ଲୁହରେ ତୁମ ଧୋଇଦେବି ପାଦ 


ଆସ ମୋକଳା କନହେଈଁ


    ବିଧୁରା ବିଶାଖା କଇଁ କଇଁ କାନ୍ଦେ 

ତୁମକୁ ଗୋ ଶୁଭୁନାହିଁ..........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy