STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଅପରିଚିତ

ଅପରିଚିତ

1 min
268


ଅଜ୍ଞାନଟି ମୁହିଁ ଜ୍ଞାନ ନାହିଁ ମୋର 

ଅପରିଚିତଟି ମୁହିଁ 

  ବିଦ୍ୟା ବୁଦ୍ଧି ନାହିଁ ଚିହ୍ନି ନପାରିଲି

    ପଢି ନାହିଁ ଶାସ୍ତ୍ର ମୁହିଁ।


କେଉଁ କର୍ମ ବଳୁ କେଉଁ ଧର୍ମ ବଳୁ 

ଦେଖିଲି ମୁଁ ଦାରୁବ୍ରହ୍ମ

  ଅପରିଚିତଟି ଥିଲି ଏତେ କାଳ

    ଦେଖିଲି ପରମବ୍ରହ୍ମ।


ଗାଆଁ ମଫସଲେ ଘରଟି ମୋହର 

କୃଷକ ଘରେ ଜନମ 

  ପରିଶ୍ରମ କରି କାଳ କାଟୁ ଥିଲି

   ବୁଝି ନଥିଲି ମରମ।


ଅପରିଚିତଟି ଥିଲିରେ କାଳିଆ 

ଭକ୍ତି ମୁହିଁ କରି ନାହିଁ 

  ଉତ୍କଳର ଭୂମି ହେଲେ କଣ ହେବ

   ଝାଡ଼ଖଣ୍ଡେ ଏବେ ମୁହିଁ।


ଓଡ଼ିଆ ହୋଇଣ ବୁଝି ନପାରିଲି 

ଶ୍ରୀକ୍ଷେତ୍ରର ମହିମା 

  ପବିତ୍ର ହୋଇଲା ଶରୀର ମୋହର

   ଦେଖିଣ ତୋର ମହିମା।


ଦେଖି ସ୍ତମ୍ଭୀଭୂତ ହେଲାଟି ଶରୀର 

ବିଶାଳ କେତେ ମନ୍ଦିର 

  ନୀଳଚକ୍ର ବାନା ଉଡେ ଫରଫର

   ଜଗାଙ୍କ ଲୀଳା ସୁନ୍ଦର।


ବାୟୁ ବିପରୀତେ ବାନା ଉଡୁଥାଏ 

ଦେଖି ହେଲି ଆଚମ୍ବିତ

  ଅପରିଚିତଟି ଥିଲିଟି ମୁହିଁରେ

   ମନ ହେଲା ପ୍ରଫୁଲ୍ଲିତ।


ଶୁଣିଲି ଶ୍ରୀକ୍ଷେତ୍ରେ ସ୍ୱର୍ଗଦ୍ୱାର ଅଛି 

ମନହେଲା ଦେଖିବାକୁ 

  ଟାଣି ଘେନି ଗଲା ସ୍ୱର୍ଗଦ୍ୱାରେ ମୋତେ

   ଦେଖିଲି ସ୍ୱର୍ଗଦ୍ୱାରକୁ।


ଆଶ୍ଚର୍ଯ୍ୟ ଚକିତ ହେଲି ମୁହିଁ ତହିଁ 

ଶବ ଜଳୁଅଛି ଯହିଁ 

  ନଅ ଖଣ୍ଡ କାଠେ ଶବ ଜଳୁଅଛି

   ପରା ସ୍ୱର୍ଗଦ୍ୱାରେ ତହିଁ।


ଦେଖିନଥିଲିଟି ସାଗର ଜୀବନେ 

ଅପରିଚିତଟି ଥିଲି

  ଦେଖିଲି ସାଗର ଶୁଣିଲି ଗର୍ଜନ

   କେତେ ମନ୍ତ୍ର ମୁଗ୍ଧ ହେଲି।


ଜଗା ଜଗା ରାବ୍ ଶୁଣିଲି କର୍ଣ୍ଣରେ 

ତହିଁ ଜଗନ୍ନାଥ ଭକ୍ତି 

  କାଳିଆର ରାବ୍ ମନ ମୋହୁ ଥିଲା

   ଭକ୍ତଙ୍କ ର ପ୍ରେମ ଭକ୍ତି।


ଅପରିଚିତଟି ପରିଚିତ ହେଲା 

ଜାଣିଲି ପ୍ରଭୁ ବିଷୟ 

  ଜଗତ ଠାକୁର ପରା ଦାରୁବ୍ରହ୍ମ

   ଦୂର ହେଲାଟି ସଂଶୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy