STORYMIRROR

Sunita Barik

Abstract Tragedy

4  

Sunita Barik

Abstract Tragedy

ଭାଇ ପରି କେହି ନାହିଁ

ଭାଇ ପରି କେହି ନାହିଁ

1 min
389

କଥା ଦେଇଥିଲୁ ଏ ଆଖିରେ କେବେ

ଲୁହ ଟୋପେ ଦବୁ ନାହିଁ

ଦୁଃଖ କୁ ତୁ କେବେ

ମୋ ଛାଇ ସୁଦ୍ଧା

ମାଡିବାକୁ ଦବୁ ନାହିଁ

କହିଥିଲୁ ପୁଣି ମାଗିବା ଆଗରୁ

ସବୁ ଆଣି ଦବୁ ମୋ ପାଇଁ

ଦୁନିଆର ଯେତେ ଖୁସି ଅଛି ସବୁ

ମୋ ହାତ ପାପୁଲିରେ ଦବୁ ରଖି

ସବୁ ଭୂଲି ତୁ ଅଧାବାଟେ ମୋର

ହାତ ଛାଡି ଚାଲି ଗଲୁ

କୋଉଠି ହଜିଲୁ ଖୋଜି ଖୋଜି

ତୋତେ ପାଉନାହିଁ ମୁହିଁ

କଥା ମୁଁ ଦ‌ଉଛି ତୋ ମଥା ଛୁଇଁ

ଅଝଟ ହେବିନି ଆଉ

ଫେରିଆ ଫେରିଆ ମୋ ସୁନା ଭାଇ

ତୋ ବାଟ ଵସିଛି ଚାହିଁ

କିଛି ଲୋଡା ନାହିଁ

ତୋ ବିନା ମୋର

ତୁ ଥିଲେ ସବୁ ସୁନ୍ଦର

ତୋ ବିନା ଏ ଘର ଅଗଣା

ସବୁ ଖାଲି ନାରଖାର

ତୁ ମୋ ବାପା ତୁ ମୋ ମାଆ

ତୁ ମୋର ମଣି କାଞ୍ଚନ

ତୋ ପରି କିଏ ମୋ ମନ ବୁଝି

ଖୋଜି ଆଣି ଦବ କହ

ଫେରିଆ ତୁ ଥରେ

କରିବିନି ରାଗରୁଷା

ଯାହା ତୁ କହିବୁ ସବୁ ମୁଁ ମାନିବି

କରିବିନି ଅଭିମାନ

ତୋ ପରି ଭାଇ ଆଉ କେହି ନାହିଁ

ତୁ ତ ଜଗତଜିତା

ତୋ ଆଗରେ ତୁଛ ଦୁନିଆର

ଯେତେ ଖୁସି ଅଛି ପରା

ଯେଉଁଠି ବି ଅଛୁ ଫେରିଆ ମୋ ପାଶେ

ତୋ ବିନା ଜୀବନ ଅଧା

ତୁ ମୋର ବଳ ତୁ ମୋର ଗର୍ବ

ତୋ‌ ପାଇଁ ମୋ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract