STORYMIRROR

Sunita Barik

Abstract

2  

Sunita Barik

Abstract

ଅସମାହିତ ଈଶ୍ୱର

ଅସମାହିତ ଈଶ୍ୱର

1 min
2.9K

ଭାବନା ର ଅନ୍ତରାଳେ

କେହି ଯେବେ ଆବୋରି ବସେ

ସମଗ୍ର ସତ୍ତାକୁ


କିଛି ନିରଵତା କୁ ଶ୍ରେୟ ମଣି

ଯେବେ ସମୟ ଇସାରା ରେ

କହେ ଚୁପ୍ ରହିବାକୁ


ତଥାପି ମନ ଛଟପଟ ହୁଏ

ହୃଦୟ ରେ ରୁନ୍ଧି ହେଉଥିବା

ଶବ୍ଦ ମାନଙ୍କୁ ପାଛୋଟି ଆଣିବାକୁ


କାହିଁକି କେଜାଣି ଏକ ଅଜଣା ଆତଙ୍କ 

ଭୀତତ୍ରସ୍ତ କରେ ଦେହ ଆଉ ମନକୁ


କେହି ଜଣେ ଫିସ୍ ଫିସ୍ କରି

କାନ ପାଖରେ କହେ

ଏତେ ଆନମନା ଏତେ ବ୍ୟତିବ୍ୟସ୍ତ

ହୃଦୟ ପାଇଁ ଜମା ଭଲ ନୁହେଁ ରେ


ଟିକେ ଥୟ ଧର

ଦେଖ୍ ଅନ୍ଧାର କୁ ଚିରି ଆଲୁଅର

ପ୍ରାଦୁର୍ଭାବ ଢେର୍ ବେଶି

ଏ ଦୁନିଆରେ

ତୋ ଧୈର୍ଯ୍ୟ ର ପରିସୀମା

ଠିକ୍ ସେମିତି


ଦେଖିବୁ କେଇ ଦିନରେ

ଭୂତ ଭୂତ କହି ଡରୋଉଥିବା ଅନ୍ଧାର ବି

ଇଶ୍ଵର ଇଶ୍ଵର

ଏକମାତ୍ର ଇଶ୍ଵର ହିଁ ସାର

ଏ ସଂସାର ରେ ବୋଲି 

ଗାଇ ବୁଲିବେ 

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract