STORYMIRROR

Sunita Barik

Romance

2  

Sunita Barik

Romance

ରୂପା କନିଆଁ

ରୂପା କନିଆଁ

1 min
112

ରୂପା ଶଗଡ଼ି ରେ 

ରୂପସୀ ବସି

କଣେଇ କଣେଇ 

ଚାହିଁ ଦ‌ଉଛି

ମଝିରେ ମଝିରେ

ମୁରୁକି ମୁରୁକି 

ଗୋଲାପୀ ଓଠରେ

ନିରୋଳା ହସ ଟେ 

ଦ‌ଉଛି ହସି


ଏଇ ଅଛି ପୁଣି 

ଏଇତ ନାହିଁ

ମିଛଟାରେ ଖାଲି

ବାହାନା କରି

ରୂପେଲି ଆଖିରୁ

ରୂପା ଗୁଡା ଦେଖ

ଝରାଏ ଖାଲି


ଅଦିନ ବ‌ଉଦ

ଆସିଛି କିଆଁ

ରୂପସୀ ର ମନେ

ପଶେ ଛନକା


ରୂପା ଗାଁ ର ସେ

ରୂପା କନିଆଁ

ମୁହଁ ରୂପା ଜହ୍ନ ପରି

ଛନଛନିଆ

ଦୁଇ ପାଦ ଧାରେ 

ନାଲି ଅଳତାର ଗାର

ରୂପା ପାଉଁଜି କି 

ରୂପା ଝୁଣ୍ଟିଆ

ଝଟକୁଛି ପାଦ 

ରୂପା ପରିକା


ରୂପା ଫରୁଆ ରେ

ସିନ୍ଦୂର ଭରି

ରୂପକ ଫେରିଛି

ବଣିଜ ସାରି

ରୂପା କୁ ନବ ତା

ଘରଣୀ କରି


ରୂପା ଜହ୍ନ ଆଜି

ରୁଷି ବସିଛି

ଆଉ କା ଘରକୁ ଯିବନି 

ବୋଲି ସେ

ବାପା ମାଆ ପାଖେ

ଅଳି କରୁଛି 


ରୂପା ଥାଳିଆ ରେ

ରୂପା ଥାଳିଆ

ମୋ ରୂପା କହ

କାହା ଭଳିଆ

ମୋ ରୂପା ଟା ତ

ଜଗତ ଜିତା

ହେବେ ନାହିଁ କେହି

ତା ଭଳିଆ

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance