ରୂପା କନିଆଁ
ରୂପା କନିଆଁ
ରୂପା ଶଗଡ଼ି ରେ
ରୂପସୀ ବସି
କଣେଇ କଣେଇ
ଚାହିଁ ଦଉଛି
ମଝିରେ ମଝିରେ
ମୁରୁକି ମୁରୁକି
ଗୋଲାପୀ ଓଠରେ
ନିରୋଳା ହସ ଟେ
ଦଉଛି ହସି
ଏଇ ଅଛି ପୁଣି
ଏଇତ ନାହିଁ
ମିଛଟାରେ ଖାଲି
ବାହାନା କରି
ରୂପେଲି ଆଖିରୁ
ରୂପା ଗୁଡା ଦେଖ
ଝରାଏ ଖାଲି
ଅଦିନ ବଉଦ
ଆସିଛି କିଆଁ
ରୂପସୀ ର ମନେ
ପଶେ ଛନକା
ରୂପା ଗାଁ ର ସେ
ରୂପା କନିଆଁ
ମୁହଁ ରୂପା ଜହ୍ନ ପରି
ଛନଛନିଆ
ଦୁଇ ପାଦ ଧାରେ
ନାଲି ଅଳତାର ଗାର
ରୂପା ପାଉଁଜି କି
ରୂପା ଝୁଣ୍ଟିଆ
ଝଟକୁଛି ପାଦ
ରୂପା ପରିକା
ରୂପା ଫରୁଆ ରେ
ସିନ୍ଦୂର ଭରି
ରୂପକ ଫେରିଛି
ବଣିଜ ସାରି
ରୂପା କୁ ନବ ତା
ଘରଣୀ କରି
ରୂପା ଜହ୍ନ ଆଜି
ରୁଷି ବସିଛି
ଆଉ କା ଘରକୁ ଯିବନି
ବୋଲି ସେ
ବାପା ମାଆ ପାଖେ
ଅଳି କରୁଛି
ରୂପା ଥାଳିଆ ରେ
ରୂପା ଥାଳିଆ
ମୋ ରୂପା କହ
କାହା ଭଳିଆ
ମୋ ରୂପା ଟା ତ
ଜଗତ ଜିତା
ହେବେ ନାହିଁ କେହି
ତା ଭଳିଆ