STORYMIRROR

Sunita Barik

Abstract

2  

Sunita Barik

Abstract

ପଚାରନା

ପଚାରନା

1 min
101

ମୋତେ ପଚାରନା

ମୋ ପାଖରେ ପହଞ୍ଚିବାର ଠିକଣା

କାହିଁକି ନା

ଠିକଣା ତା ବାଟ ହୁଡିଛି

କାହିଁ କେଉଁ କାଳରୁ


ମୋତେ ପଚାରନା

ମୋତେ ଭଲ ପାଇବାର ଠିକଣା

ଯଦି ମୋତେ ଜଣାଥାଆନ୍ତା

ଏକୁଟିଆ ବନ୍ଦୀ ଜୀବନ ରୁ

ମୁକୁଳି ସାରନ୍ତିଣି କେବେଠୁ


ମୁଁ ବଞ୍ଚିଛି ଏକ ଏମିତି

ସତ୍ୟତା କୁ ନେଇ

ଯାହାର ନା ଅଛି

ପାଇବାର ଅଭିଳାଷ

ନା ହରେଇଵାର ଅବଶୋଷ


ପାରୁଛ ଯଦି

ମୋ ପାଇଁ ଡାକି ପାର ଈଶ୍ୱର ଙ୍କୁ

ଅବା ଅନୁରୋଧ କରିପାର ତାଙ୍କୁ

ମୋ ମୁକ୍ତି ପାଇଁ

ନଚେତ୍ ବିନା ନିର୍ଵାଣରେ

ଭୋଗୁଥିଵି ବାକିଥିବା ଆୟୂଷ ସଵୁକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract