ଉତ୍ତରଦାୟୀ
ଉତ୍ତରଦାୟୀ
ତୁମେ କେବେ ଭାବିଛ କି
ଏତେ ଭିଡ଼ ଭିତରେ ବି
ମୋ ଭିତରେ
ମୁଁ ଏକଲା ଥାଏ
କେବେ ଵୁଝିଛ କି
ସେ ଏକଲା ପଣ ର ଉତ୍ତରଦାୟ କିଏ
ମୋ ଭିତରେ ମୁଁ ଅହରହ ଭୋଗୁଥାଏ
ଏକ ନିଃସଙ୍ଗ ନିରୁଦ୍ଧିଷ୍ଟ ଜୀବନ
ସତେ ଯେମିତି
ମାଟି ଘର କାନ୍ଥରେ ଓହଳି ଥିବା
ଅଲୁଗୁଣିର ଅସଜଡା ଲୁଗାପଟା
ଯେତେ ଥର ସଜେଇଲେ ବି
ସେ କିନ୍ତୁ ଅସଜଡା ହେବାକୁ ଭଲ ପାଏ
ଅଲଗୁଣି ର ଅନ୍ଧକାର କୁ ପ୍ରେମ କରେ
ଏକ ପରିତ୍ୟକ୍ତ ଅନ୍ଧାର ର ମୋହରେ
ଆଲୋକ କୁ ସେ ଘୃଣା କରେ
କାହିଁକି ନା ଆଲୋକ ରେ
ଛଳନାର ମୁଖା ପିନ୍ଧା ଶହ ଶହ ଶୈତାନ
ସାରା ଦିନ ସାରା ରାତି
ଅନ୍ୟକୁ କଲବଲ କରେ
ସେ ସୂର୍ଯ୍ୟଙ୍କୁ ଡରେନି ନା ଡରେ ଜହ୍ନକୁ
ନା ଭୟ କରେ ଈଶ୍ୱର ଙ୍କୁ
ସେ ଭୟ କୁ ବି ଫୁ' କରି ଉଡାଏ
ଆକାଶ ର ଵକ୍ଷ କୁ
ସେ ନିଜ ଭିତରେ ନିଜେ ହଜିଵାକୁ
ହଜାରେ କାରଣ ଦର୍ଶାଏ
ଅଥଚ ଗୋଟିଏ କାରଣ ହିଁ ଯଥେଷ୍ଟ
ସାରା ଆୟୂଷ ଜିଇଁଵାକୁ