ପାର୍ବଣ
ପାର୍ବଣ


ତୁମେ ତ ମଦିରା ଯୌବନ ର ଶେଯ
ପାଗଳ କରିଛ ମୋତେ ।
ଲହଡ଼ି ଭାଙ୍ଗିଛ ମୋ ଛାତିରେ କେତେ
ଯନ୍ତ୍ରଣାର କରାଘାତେ ।।
ତୁମେ ତ ସୁଗନ୍ଧ ଝରା ଶେଫାଳି ର
ଆକୃଷ୍ଟ କରିଛ ମୋତେ।
ରାତି ଟିଏ ପରି ହଜି ଗଲ କେବେ
ରହି ଗଲ ମନ ରଥେ ।।
ସ୍ମୃତି ର ସଉଦା ମୋ ଜୀବନ ହାଟେ
ନିତି କିଣେ ନିତି ବିକେ ।
ବଣିକ ସାଜି ମୁଁ ହାରି ଗଲି ବୋଧେ
ନିଜକୁ ବିକିଛି ସତେ ।।
ତୁମ ଛବି ଦେଖେ କେବେ ହସେ କାନ୍ଦେ
ରୁଷି ବସେ ମନ ତୁଠେ ।
ପାର୍ବଣ ପାର୍ବଣ ଲାଗେ ମୋତେ ସତେ
ଛତୁ ଫୁଟୁ ପଛେ କାଠେ ।।