ଦୁଃଖ ମୋର ମହାଗୁରୁ
ଦୁଃଖ ମୋର ମହାଗୁରୁ
ଜୀବନ ଟା ନୁହେଁ ପୁନେଇଁ ଜହ୍ନ ଗୋ
ହସୁଥିବ ଖେଳୁ ଥିବ ।
ଦୁଃଖ ଅମାବସ୍ୟା ମୁରୁକି ହସୁଛି
ନ ଡାକିଲେ ଆସିଯିବ ।
ନିତି ଦିନିଆଁ ଏ ଖାଲ ଢ଼ିପ ବାଟେ
ପାଦ ଚିହ୍ନ ପଡୁଥିବ ।
ସୁଖ ଦୁଃଖ ତୁମେ ଆସ ମନା ନାହିଁ
ଉଦ୍ଦୀପନା ଭରୁଥିବ ।
ଦୁଃଖ ଟା ମୋହର ଗୁଆ ଦିଆ ବନ୍ଧୁ
ଶିକ୍ଷା ଦେଇ ଯାଏ କେତେ ।
ସୁଖଟା ମୋହର ବଢି ପାଣି ସତେ
ଧରା ଦିଏ କେବେ ହାତେ ।
ଦୁଃଖ ବନ୍ଧୁ ମୋର ବଡ଼ ଜିଦ୍ଦିଆ ଟେ
ପାଖ ଛାଡ଼େ ନାହିଁ ମୋର ।
ସୁଖର ଖବର ଆସୁ ନ ଆସୁଣୁ
ଜାତି ଭାଇ ଡାକେ ତା,ର ।
ଦେଇ ଯାଅ ଶିକ୍ଷା ଚାରି ପାହୁଣ୍ଡକୁ
ମହାଗୁରୁ ତୁମେ ମୋର ।
ଶୈଶବ କୈଶୋର ଯୌବନ ଵାର୍ଦ୍ଧକ୍ୟ
ଡେଇଁ ଯାଅ ଚାରି ଗାର ।