ଦେଖି ହସିବ ଏ ଧରା
ଦେଖି ହସିବ ଏ ଧରା
ସବୁରି ମୁହଁ ରେ ଅହିଂସାର ବାଣୀ
ଗାନ୍ଧୀଙ୍କର ବୋଲକରା ।
ସତ୍ୟ ଧର୍ମ ନ୍ୟାୟ ଅତର ମାଖିକି
ବୁଲୁ ଥାନ୍ତି ଘେରା ଘେରା ।।
ପାଦ ଛୁଇଁ ପୁଣି କେତେ ଦଣ୍ଡବତ
କଥା ତ ମହୁରେ ଭରା ।
ରାଜନୀତି ମାଠେ କୁଶଳୀ ଖେଳାଳି
ସରା କୁ କରୁଛ ଧରା ।।
ତେବେ କିଆଁ ଏତେ ରାଜନୀତି ହିଂସା
ମେଲିଛି ତା'ର ପସରା ।
ହୃଦୟରେ ହିଂସା ବାହାରେ ଅହିଂସା
ଏହାହିଁ ତୁମ ଇସାରା ।।
ଗଣତନ୍ତ୍ର ନାମେ ଗଣ ମରେ ଏଠି
ପାଏ ନାହିଁ ତା କିନାରା ।
ତନ୍ତ୍ର ତନ୍ତ୍ରୀ ପରା ବାଘର ଆଉଁସା
ଗୁଣି ସାଜେ ଏଠି ଜରା ।।
ବଞ୍ଚିଥାଉ ପରମ୍ପରା,
କଙ୍କାଳ ଦେହରେ ମାଉଁସ ଲାଗିବ
ଦେଖି ହସିବ ଏ ଧରା ।