ତୁମକୁ ଖୋଜୁଛି କେତେ
ତୁମକୁ ଖୋଜୁଛି କେତେ
ଆପଣା ବୋଲି ତ ଡାକିଛି କେତେ ମୁଁ
ତୁମେ ତ କହିଲ ସ୍ୱାର୍ଥ କାହିଁ ସ୍ୱାର୍ଥ କାହିଁ ।।
ଆଜି କିଆଁ ଆଉ ଖୋଜୁଛ କି ମୋତେ
ନାହିଁ ନାହିଁ କହି ସଭିଏ ଗଲେ ଦୂରେଇ ।।
ଚାଲି ପାରିଲିନି ଆକାଶକୁ ମାପି
ମାଟି ମଣିଷ ମୁଁ ଯାଉଛି ମାଟିରେ ମିଶି ।
ପଛରୁ କାହିଁକି ଡାକୁଛ ବି ମୋତେ
ଏକଲା ପଣଟା ମୋ ପାଇଁ ଆକାଶେ ଶଶୀ ।
ଯୋଜନ ଦୂରରେ କ୍ଷତାକ୍ତ ପାଦ ମୋ
ଅନ୍ତରେ ତୁମେତ କେତେ ବି ଯାଉଛ ଋଷି ।
ବାଟ ଚଲା ଶେଷେ ନେବି ମୁଁ ଗୋ ସାଥେ
ମୁଦିବି ଆଖି ମୁଁ ବିଦାୟ ଦେବ ଗୋ ହସି ।।
p>ଜୁଆର ଆସିବ ବେଳାକୁ ଧୋଇବ
ସୂରୁଜ ଉଇଁବ ମାଆ କୋଳେ ଥିବି ଶୋଇ ।
ଆପଣାର ବୋଲି ଆଉ ଡାକିବିନି
ଯଦି କେବେ ଡାକ ହୃଦୟେ ଉଠିବି ଚେଇଁ ।।
ଆଖିରେ ଭାସିବି ମନରେ ଖେଳିବି
ପାରିବନି ଧରି ଦେଖୁ ଥିବି ହସ କାନ୍ଦ ।
କରି ପାରିବିନି କାହା ପାଇଁ କିଛି
କହିବନି କେବେ ସ୍ୱାର୍ଥରେ ହୋଇଛି ଅନ୍ଧ ।
ଏ କବିତାର ସ୍ୱର ହେବ ଗୁଞ୍ଜରଣ
ଥିଲା ବୋଲି କିଏ ଚାହିଁଲେ ପାଇବ ମୋତେ ।
ଯଦି ମନେ ପଡ଼େ ଦେଖିବ ମୋ ମୁଖ
ପ୍ରତିଟି ଅକ୍ଷରେ ତୁମକୁ ଖୋଜୁଛି କେତେ ।