STORYMIRROR

Jayashree Maharana

Romance

4  

Jayashree Maharana

Romance

ଅଜଣା ଅତିଥି

ଅଜଣା ଅତିଥି

1 min
456

ଅଜଣା ଅତିଥି ତୁମେ ଆସିଲ ଜୀବନେ

ମିଠା ମିଠା ଶିହରଣ ବୋଳିଦେଲ ମନେ

ଭୁଲିଲି ନିଜକୁ ସାଥି ହଜିଲି ସପନେ

ନାଚିଲି ମୟୁରୀ ସାଜି ପ୍ରୀତି ଉପବନେ ।


କି ରଙ୍ଗ ଲାଗିଲା ସତେ ମୋର ଯଉବନେ

ତୁମ ନାମ ଶୁଭୁଥିଲା ପ୍ରତିକ୍ଷଣେ କାନେ

ଅକୁହା ଆବେଗ ଖେଳି ଉଠୁଥିଲା ପ୍ରାଣେ

ଛବି ତୁମ ଆଙ୍କିଦେଲି ହୃଦୟ ସ୍ପନ୍ଦନେ ।


ତନୁ ଭିଜୁଥିଲା ନିତି ପୀରତି ଦହନେ

ନୀରବରେ ଖୋଜୁଥିଲି ଅଦୃଶ୍ୟ ବନ୍ଧନେ

ଜଳୁଥିଲି ଏକା ଏକା ପୁଣି ଅଭିମାନେ

କେବେ ଅଧିକାର ଦେବ ଆପଣାର ପଣେ ।


ଢାଳିଦେଲ ପ୍ରୀତିମଧୁ ତୁମେ ପ୍ରତିଦାନେ

ସମ୍ପର୍କରେ ବନ୍ଦୀ ଆଜି ଆମରି ମିଳନେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance