STORYMIRROR

Sunita Barik

Romance

3  

Sunita Barik

Romance

ଅପେକ୍ଷିତ ନାୟିକା

ଅପେକ୍ଷିତ ନାୟିକା

1 min
12.1K

ଗୋଟେ ଅଧାଲେଖା କବିତା ପରି

ଅପେକ୍ଷିତ ମୁହୂର୍ତ୍ତ ସବୁ

କରଛଡା ଦେଇ

ବାଟ ଭାଙ୍ଗି ଚାଲି ଯାଉଥିଲେ ପ୍ରତି ଥର


 ଆଉ ମୁଁ....

 କେବଳ ହାଁ କରି ଚାହିଁ ରହିଥିଲି

 ସେମାନଙ୍କ ଫେରିବା ବାଟକୁ


ଦିନ,ମାସ, ବର୍ଷ

ଗ୍ରୀଷ୍ମ, ବର୍ଷା,ଶୀତ

ସଭିଏଁ ନିୟମାନୁଵର୍ତ୍ତିତାରେ

ସାଉଁଟି ଆଣୁଥିଲେ ସ୍ମୃତି ଵିସ୍ମୁତିର ଭାବକୁ


କେଜାଣି.....!!

କେବେ କିନ୍ତୁ

ଫେରୁନଥିଲେ ସେ କି

ଅପେକ୍ଷିତ ମୁହୂର୍ତ୍ତର ଆଲୋଡନ


ଅଚାନକ ପବନ ସାଥିରେ

ଲେଉଟିଲେ ସେ

ଆଉ କେବେ ଏକା କରି

ନଯିଵାର ପଣରେ


ହେଲେ କୋଉ ପାରିଲେ ଯେ!

ଦିନେ ମୁହଁ ସଞ୍ଜରେ

ସବୁ ଆଲୋଡନ ଅପେକ୍ଷିତ ମୁହୂର୍ତ୍ତ

ସଭିଙ୍କୁ ସାଥିରେ ଧରି

ସେ ହଜିଗଲେ

କେଉଁ ଏକ ଅପହଞ୍ଚ ଠିକଣାରେ

ପଛରେ ଛାଡି ଦେଇ ଯାଇଥିଲେ

କେଵଳ ସେଇ ଅଧା ଲେଖା କବିତା

ଆଉ

ସେ କବିତା ଲେଖିଥିବା ନାୟିକାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance