STORYMIRROR

Sunita Barik

Romance

2  

Sunita Barik

Romance

ଚିତ୍ରକର

ଚିତ୍ରକର

1 min
148

ଚିତ୍ରକର ସେ

ତୁଳୀ ର କାଉଁରୀ ସ୍ପର୍ଶରେ

ନୀର୍ଜିଵ କୁ ଜୀବନ୍ୟାସ ଦିଏ

ସଜୀଵ ମାନେ ଆହୁରି ଆକର୍ଷକ

ଲାଗନ୍ତି ତା ରଙ୍ଗ ତୁଳୀରେ


ତା ଭାବନା ରାଜ୍ୟ ରୁ

ସେ ଓହ୍ଲେଇଆଣେ କାନ ଭାସ କୁ

ଅଜାଗାରେ ବି ସେ ସୃଷ୍ଟି କରି ପାରେ

ପାହାଡି ଝରଣା ଆଉ ପାହାଡି ଅଳସୀ କନ୍ୟା କୁ

ଯେ କାଖରେ କଳସୀ ଧରି

ମୋହିତ କରି ପାରେ ଉଦ୍ଦାମ

ପୁରୁଷ ର ସମଗ୍ର ସତ୍ତାକୁ


ଗୋଟିଏ ଝଲକରେ ସେ ଆଙ୍କି ପାରେ

ରୂପସୀ ନାୟିକା ମାନଙ୍କୁ

କ୍ଷଣିକ ମଧ୍ୟ ରେ ସେ ଉତ୍ତାରି ପାରେ

ଭରା ଯୌଵନ କୁ 


ଗ୍ରୀଷ୍ମ ର ତାଣ୍ଡବ ବର୍ଷାର ରିମ୍ ଝିମ୍

କାକର ଭିଜା ସକାଳ ର ମନୋରମ କୁ

ଅନାୟାସରେ ଚଢେଇପାରେ ତା ରଙ୍ଗ ତୁଳୀରେ


ଭୋକିଲା ପେଟ ରେ ମାଆର ଅସହାୟତା କୁ

ଆଙ୍କିବା ବେଳେ ତା ଆଖିରୁ ତତଲା ଲୁହ ନିଗିଡେ

ସଭିଙ୍କ ଭାବନା କୁ ବାସ୍ତବ ରୂପ ଦେଉ ଦେଉ

ସେ ଭୁଲେ ନିଜେ ନିଜକୁ


ଘର ସାରା କେବଳ ଚିତ୍ର ହିଁ ଚିତ୍ର

ଅନ୍ୟ ର ଭୋକ କୁ ତ ସେ ଚିହ୍ନେ

ଅଥଚ ନିଜ ଭୋକ ମେଣ୍ଟେଇବା

ତା ସମର୍ଥ ବାହାରେ


ଫାଙ୍କା ପକେଟ୍ ରେ କେବଳ କେଇଟା

ତୁଳୀ ଛଡ଼ା ପୁଳାଏ ଶୂନ୍ୟତା ଖେଳୁଥାଏ


ବାପା,ମାଆ, ସ୍ତ୍ରୀ, ପିଲା ମାନଙ୍କ ର ଅସହାୟ

ଚାହାଣି ତା ହୃଦୟ କୁ ଖଣ୍ଡବିଖଣ୍ଡିତ କରେ

କିନ୍ତୁ ସେ ଛାଡି ପାରେନି ରଙ୍ଗ ତୁଳୀର ମୋହକୁ

ସେ ଖୋଜି ପାରେନି ନିଜ ଏବଂ ନିଜ ପରିବାର ପାଇଁ

ଏକ ନିର୍ଭର ପ୍ରତିଶ୍ରୁତି


ଚିତ୍ରକର ସେ

ଖାଲି ଚିତ୍ର ଆଙ୍କିବା ତା କାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance