STORYMIRROR

Ghanashyam Biswal

Romance

4  

Ghanashyam Biswal

Romance

ତୋ ପ୍ରେମରେ ଭିଜିଲି ଯେବେ

ତୋ ପ୍ରେମରେ ଭିଜିଲି ଯେବେ

1 min
379

ପ୍ରେମ ଛିଟା ତୋର ଦେହେ

ଯେବେ ପଡିଲା

ଦେହ ବୃନ୍ଦାବନ

ମନ ହସିଲା l


ତୋ ପ୍ରେମ ନିଶା ଯେବେ

ଦେହେ ଛୁଇଁଲା

ଶୁଖା ମନେ

ପଦ୍ମ କଇଁ ଫୁଟିଲା l


ତୋ ପ୍ରେମ ରଙ୍ଗରେ ରଙ୍ଗିଲା ହେଲି

ନିଜକୁ ହଜାଇ ତୋତେ ପାଇଲି

ଚୁନା ମନ ମୋର ସୁନା ହୋଇଲା

ହୃଦୟ ସ୍ପନ୍ଦନ ଗୀତ ଗାଇଲା l


ଆଖି ଲାଖିଯାଏ ତୋ ମୁହଁ ଦେଖି

କେବେ ଆସିବୁ ମୋ ରାଣୀ ହୋଇକି

ଜୀବନ ସପନ ସତ ହୋଇବ

ମୋ ଶାଶ୍ୱତ ପ୍ରେମ ସଫଳ ହେବ l



Rate this content
Log in

Similar oriya poem from Romance