Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Abstract Inspirational

3  

Ghanashyam Biswal

Abstract Inspirational

ସିଧା କଥା

ସିଧା କଥା

1 min
185


ସିଧା କଥା ସବୁ କହୁଛି ବାବୁରେ 

ମନ

କର୍ଣ୍ଣ ଦେଇ ଶୁଣିବୁ 

ବିପଦେ ଆପଦେ 

କାମରେ ଆସିବ 

ମୋ 

କଥାକୁ ମନେ ରଖିବୁ l 


ସ୍ୱାର୍ଥ ପାଇଁ ଯଦି 

ସ୍ୱାର୍ଥପର ହୋଇ 

ନିଜ ଲୋକ ପର କରିବୁ 

ଅସମୟେ ତୋର

ବୁଡ଼ିଯିବ ବେଳା 

ସର୍ବହରା ହୋଇ ମରିବୁ l 


ଅସତ୍ୟ ଅନ୍ୟାୟ

ଅନୀତିରେ ଗଲେ 

କ୍ଷଣ ପାଇଁ  ସିନା ସୁଖ ପାଇବୁ 

ଅଦିନେ ଚଡ଼କ

 ପଡ଼ିବ ଜୀବନେ 

ବାହୁନି ବାହୁନି କାନ୍ଦିବୁ l 


ଦୁଃଖୀ ଦରିଦ୍ରକୁ 

ଦୟା ଭାବ ରଖି 

ଦାନା ମୁଠେ କନା ଖଣ୍ଡେ ତୁ ଦେବୁ 

 ସୁଖରେ ଶାନ୍ତିରେ 

ତୋ ଦିନ କଟିବ 

ମଲା ପରେ ଯାଇ ସ୍ୱର୍ଗକୁ ଯିବୁ l 



Rate this content
Log in

Similar oriya poem from Abstract