STORYMIRROR

Ghanashyam Biswal

Inspirational

3  

Ghanashyam Biswal

Inspirational

ସହିବାକୁ ହେବ

ସହିବାକୁ ହେବ

1 min
11.6K

ଜୀବନ ସପନ 

ଭାଙ୍ଗିଯାଇ ଧୂଳିରେ 

ମିଶିଗଲେ ବି 

ସୁନା ସପନ ସବୁ 

ଚୂନା ହେଲେ ବି 

ଅଦିନେ ଚଡ଼କେ ସଂସାର 

ଜଳିଗଲେ ବି 

ବସନ୍ତରେ 

ଅକସ୍ମାତ ଝାଂଜି

ବୋହିଲେ ବି 

ଆତ୍ମୀୟ ସାତପର 

ହୋଇ ସ୍ୱାର୍ଥପର 

ହେଲେ ବି 

ପାଣି ଥାଇ ବି 

ଶୋଷରେ ତଣ୍ଟି ଶୁଖି 

ଯାଉଥିଲେ ବି 

ସହିବାକୁ ହେବ 

ହଁ 

ସହିବାକୁ ହେବ l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational