STORYMIRROR

Ghanashyam Biswal

Abstract Inspirational

3  

Ghanashyam Biswal

Abstract Inspirational

ଖୋଲାକଥା

ଖୋଲାକଥା

1 min
209

ପାପ କଲେ ଦଣ୍ଡ

ନିଶ୍ଚୟ ପାଇବୁ 

ଆଜି ନ ହେଲେ ବି  କାଲି 

ଗର୍ବ  ଅହଂକାର  ମାଟିରେ ମିଶିବ 

ଶୂନ୍ୟ ହାତେ ଯିବୁ ନରକ ଚାଲି l 


ଅନ୍ୟାୟ ବାଟରେ 

ବାଟ ଚାଲୁଥିଲେ 

ଦୋଷ ତୋର ଦିନେ ଧରା ପଡ଼ିବ 

କରିଅଛୁ ଯେତେ 

କୁକର୍ମ ଜୀବନେ 

ସଜା ତାର ଏଠି କିଏ ଭୋଗିବ? 


ମିଥ୍ୟା କୁ  ଆଶ୍ରୟ 

କରି ବଞ୍ଚୁଥିଲେ 

ସତ୍ୟ କଥା ଦିନେ ଜଣା ପଡ଼ିବ 

ନିରୀହ ମାନଙ୍କୁ

ଯେତେ ଲୁଟିଅଛ 

ତୁମ ଛଡ଼ା କିଏ ଭରଣା ଦେବ? 


#ସିଧାକଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract