STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମୂର୍ଖ

ମୂର୍ଖ

1 min
167

ମୂର୍ଖ

ସିଏ ତ ପଥର ହୃଦୟ ମଣିଷ

ଆଖି ଥାଇ ବି ସମ୍ପୂର୍ଣ ଅନ୍ଧ

ଆଉ

କାନ ଥାଇ ବି ନିପଟ ବଧିର

ପାଟି ଥାଇ ବି ମୂକ ସିଏ

ଆଉ

ହୃଦୟ ଥାଇ ବି ଅଵିଵେକୀ ସିଏ

ସତ୍ୟକୁ ଚିହ୍ନିବା ତା ପାଇଁ ତ ସାତ ସପନ

ଆଉ

ମିଥ୍ୟା ପାଇଁ ପୁଣି ଦେଇପାରେ ନିଃସର୍ତ୍ତରେ ତାର ଜୀବନ

ସନ୍ଦେହ ଆଉ କପଟର ଗନ୍ତାଘର ସିଏ

ଆଉ

ବେଇମାନୀ ବି

ଅବୁଝା ମନ ଓ ଘୃଣ୍ୟ ଜୀବନକୁ ନେଇ

ଚଳେ ତାର ସୁଖର ସଂସାର

ସ୍ୱାର୍ଥ ପାଇଁ ବିକି ଦିଏ ବିବେକ

ଆଉ

ମଣିଷପଣିଆକୁ ବଳିରେ ଚଢାଇ ଦେଇପାରେ ଫାଶୀ

ମାନବରୁ ଦାନଵ ହେବାକୁ ସର୍ବଦା ତରତର

ସିଏ ଯାହା ବୁଝିଛି ତାହା ହିଁ ସତ୍ୟ ଆଉ ସୁନ୍ଦର

ବାକି ଦୁନିଆଟା ପୁରା ଅସାର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract