Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Romance

3  

Ghanashyam Biswal

Romance

ପ୍ରେମିକ

ପ୍ରେମିକ

1 min
733


ତୋ ହଳଦୀ ମଖା ମୁହଁ

ଦେଖିଲି ବୋଲି ତ

ସାଜିଲି ପ୍ରେମିକ

ତୋ ଅଜାଣତରେ

ଆଉ ହଜାଇଲି ବି ନିଜକୁ ତୋ ନାଲି ଓଠ ଧାରେ

ନୀଳ ଆଖିରେ ତୋ ଦେଖିଲି ସାତ ସାଗର

ଆଉ,

ମିଠା କଥାରେ ତୋର ପୂର୍ଣ୍ଣ ହେଲା ଜୀବନ ମୋର

ଚାହିଁ ବି ନ ଚାହିଁବାର ଅଭିନୟ

ଆଉ କେତେଦିନ ବା ତିଷ୍ଠି ଥାଆନ୍ତା?


ହୃଦୟର ସ୍ପନ୍ଦନ ବି ତ ଥମିବା ଆରମ୍ଭ କରିଦେଇ ଥିଲା

ଆଉ ମନପକ୍ଷୀ

ଉଦାସେ ଗୀତ ଗାଇବା ବି ଦେଇଥିଲା ପାସୋରି

ସେଥିପାଇଁ ତ

କହିଲି ସବୁକଥା ତୋତେ ସବୁ ଖୋଲାଖୋଲି କରି ।


ହେଲେ ତୁ ସାଜିଲୁ

ମୋ ପରାଣ ବାଉରୀ

ବିନାଦୋଷେ ନିରୀହ ପ୍ରେମକୁ କଲୁ ହତ୍ୟା

ନ ବୁଝି ଏ ପାଗଳ ପ୍ରେମିକର ବ୍ୟଥା ।


ଜାଣିଛି

ହଁ, ପ୍ରେମର ଅର୍ଥ ନୁହେଁ

ଖାଲି ବିବାହ

ପ୍ରେମ ତ ଚିରନ୍ତନ, ଶାଶ୍ୱତ ।



Rate this content
Log in

Similar oriya poem from Romance