ଦେଶଭକ୍ତ
ଦେଶଭକ୍ତ


ଦେଶପାଇଁ ସିଏ ନିଏ ଜନମ ଦେଶ ପାଇଁ ସିଏ ମରେ
ଜୀବନ ତାହାର ସରି ଯାଏ ସିନା ମରିବି ଅମର ହୁଏ l
ଦେଶ ସେବା ତାର ଜୀବନ ବ୍ରତ
ମାଟି ମାଆ ତାର ପରାଣ ମିତ l
ଆପଣା ପର ସେ ଦେଖି ନଥାଏ
ସଭିଙ୍କ ସୁଖରେ ଦୁଃଖରେ ଥାଏ l
ନିଜ କଥା ସିଏ ପାସୋରି ଦିଏ
ଦେଶ ପାଇଁ ସିଏ ନିଦ ହଜାଏ l
ଗରିବକୁ ଦିଏ ଦି ମୁଠା ଦାନା
ଦରିଦ୍ରକୁ ପୁଣି ଟିକିଏ କନା l
ଦେଶର ଉନ୍ନତି ତାର ସପନ
ଖଟି ଖାଇ ଚଳେ ସୁଖରେ ମନ l
ଦିଏ ପ୍ରାଣ ବଳି ତା ଦେଶ ପାଇଁ
ଏମିତି ଭକତ ଜଗତେ କାହିଁ?