STORYMIRROR

Swarnalata Dash

Tragedy

3  

Swarnalata Dash

Tragedy

ତୂ ମନେପଡ଼ୁ ବୋଉ

ତୂ ମନେପଡ଼ୁ ବୋଉ

1 min
152

ତୂ ମନେପଡ଼ୁ ଭରି ମନେପଡ଼ୁ

ତୂ ଆଜି ଦୁରାତୀତ

ଏମିତି ରାତି ନାହିଁ କି ଦିନ ନାହିଁ

ତୋ ମୁଖ ନ ଦିଶେ ନୟନେ

ଅହରହ ରୋମନ୍ଥନ କରେ

ସେଇ ସ୍ମୃତି ସେଇ ଅନୁଭୂତି

ସାଇତା ଆଜୀବନ

ଅନ୍ତର ତଳେ

ରହିଗଲା ଅବଶୋଷ

ତୋ ସ୍ପର୍ଶ ବିନା ଆତ୍ମା

ଡହକବିକଳ

କେ ବୁଝିବ ସେ

ଅନ୍ତର ବେଦନା

ତୂ ମନେପଡ଼ୁ

ଦିନେଶୁଖିଲା ମୁହଁ ଦେଖି

ଚିହ୍ନୁଥିଲୁ ଭୋକିଲା ପେଟକୁ

 ପରଷି ଦେଉଥିଲୁ

ହାତ ରନ୍ଧା ଅମୃତ ମଣୋହି

ପିଠି ଆଉଁସି ହରି ନେଉଥିଲୁ ବ୍ୟଥା

ତୂ ମନେପଡ଼ୁ

ସଞ୍ଜରୁ ସକାଳ

ଚଲାପଥ ଧାରେ

ନୟନେ ଲୋତକର

ବନ୍ୟା ରେ ବି ଯାଏନି

ଲିଭି ତୋ ପ୍ରତିଛବି

ମନେପଡେ

ସେଇ ବୀଣା ଜିଣା କଣ୍ଠ

ମାପଚୁପ କଥା ଅମୃତ ସମାନ

ମଥାରେ ଲାଲ ଗୋଲ ସିନ୍ଦୁର ବିନ୍ଦୁ

ହାତେ କୃଷ୍ଣ ନୀଳ ଚୁଡ଼ି

ଘନ କେଶ ବିନ୍ୟାସରେ

ଅନିନ୍ଦ୍ୟ ସୁନ୍ଦର ରୂପ

କେମିତି ଭୁଲିବୁ

ଅନେକ ଯନ୍ତ୍ରଣା

ଘୋଡାଇ ରଖୁଥିଲା

ତୋ ଅଭୟ ପଣତକାନୀ

ଅଙ୍ଗେନିଭାଇଛୁ

ତୂ ମନେପଡ଼ୁ

ସକାଳର କାଉ ରାବିଲେ

ପାଉଁଶ ତଳର ନିଆଁ ପରି

ଅନ୍ତର କୁହୁଳେ

ମନେପଡେ

ହାତ ଧରି ଶିଖାଇଲୁ ଚାଲି

ପାଞ୍ଚ ଜଣରେ ଜଣେ କରି

ଠିଆ କଲୁ ଆମକୁ ରାଜଦାଣ୍ଡେ

ଦିନରାତି ଏକ କରି

କୁଟାଖିଅ ପରି ତନୁରେ

ଚିର ଜାଜୁଲ୍ୟମାନ ଆଭା

ତୂ ମନେପଡ଼ୁ

ଠାକୁର ପୂଜା ଧୂପ ଦୀପ

ନୈବେଦ୍ୟରେ

ଚୁନି ଚୁନି ପରିବା କଟାରେ

ହାତ ରନ୍ଧା ଅମୃତ ମଣୋହି

ଷଣ୍ଠ ଣା ଘର କରଣା

ଆତିଥେ୍ୟତା ରେ ଅନନ୍ୟା

ରୋଗଗ୍ରସ୍ତ ହେଲେ

ଜଡିବୁଟିର ପ୍ରାଥମିକ ଚିକିତ୍ସା

ପାଲଟିଯାଉଥିଲୁ ସେବା ଧର୍ମର

ମୂର୍ତ୍ତିମନ୍ତ ପ୍ରତୀକ

ପ୍ରତିପଦେ ଆକଟ ଅପାର

ସୁମହତ ଉପଦେଶ

ସନ୍ତାନରେ ଅନାବିଳ ସ୍ନେହ

ପର୍ବ ପର୍ବାଣୀରେ ନାନାଦି ବ୍ୟଞ୍ଜନ

 ସାଥେ ପିଠାପଣାର ପସରା 

ନିଜଗଢା ସଂସାରକୁ ଶୁଖିରଖିବାର

ଅଦମ୍ୟ ସାଧନା

ହେଲେ ବିଧିର ବିଧାନ

ତୋ ପାଇଁ ନିଆରା

ପ୍ରାରବ୍ଧର ତାଡ଼ନାରେ

ନିର୍ଭୁଲ ମଣିଷ ହୋଇବି

ଅନେକ ଅନ୍ତର୍ଦାହ ନେଇ

ନିଜକୁ ନିଃଶେଷି

ନେଲୁ ସଲିଳ ସମାଧି

କିଛିକରିପାରିଲୁନ

ଭାଗ୍ୟବିଧାତା ନିଷ୍ଠୁର 

ତୋ ପାଇଁ 

ଆମକୁ ଦେ କ୍ଷମା ଅବା ଅଭିଶାପ

ସାଉଁଟି ନେବୁ ଅଦାରେ

ହେ ଦୟାମୟ

ମୁକ୍ତି ଦିଅ ଗତି ଦିଅ

ତାର ଅତୃପ୍ତ ଆତ୍ମାକୁ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy