STORYMIRROR

Swarnalata Dash

Inspirational

3  

Swarnalata Dash

Inspirational

ଶୈଶବର ସ୍ମୃତି ୨

ଶୈଶବର ସ୍ମୃତି ୨

5 mins
5

ନିଝୁମ ରାତି ଶୀତ ପରଶରେ ଝୁମିଯାଉଛି । ନିସ୍ତବ୍ଧ ବସୁମାତା । ଦିବସର ଚଳ ଚଞ୍ଚଳ ପଣ ହୁଏତ ଅମା ରଜନୀରେ ନିରବୀ ଯାଇଛି କିଛି ମୁହୂର୍ତ୍ତ ଆଗରୁ । ଆଖିରେ ନିଦ ନାହିଁ ।ଗତ ଆଗତର ପ୍ରବାହମାନ ଘଟଣା ଦୁର୍ଘଟଣାସ୍ମୃତି ଇଲାକାରେ ଉଙ୍କି ମାରୁଛି ।ବହଳ ଅନ୍ଧାର ଭିତରେ ଶୈଶବର ଚଳ ଚଞ୍ଚଳ ପଣ ଉଡି ବୁଲୁଥିଲେ ମନ ଅଗଣାରେ ।

     ବାଲ୍ୟ ଜୀବନର ଚପଳତା ପଣ ଚିର ଅଭୁଲା । ଗୋଟି ଗୋଟି ହୋଇ ଲେଖା ସାଇତା ଅଲିଭା ଅକ୍ଷରେ ମନ ପାନ୍ଥଶାଳା କାନ୍ଥରେ ।କେତେ ଆପଣାର ଥିଲା ସେଇ ପିଲାଦିନ । ନ ଥିଲା ସୁଖ ଦୁଃଖର ଅନୁଭବ । ଖାଲି ଉଡ଼ିବୁଲୁଥାଏ ଚୁଲବୁଲି ପ୍ରଜାପତି ସମ ।


      ପଞ୍ଚମ ଶ୍ରେଣୀ ପାଶ ପରେ ଏମ. ଇ ସ୍କୁଲରେ ଆଡମିଶନ କଲୁ ଷଷ୍ଠରେ ଇଂରାଜୀ ପଢ଼ାନ୍ତି ନିରଞ୍ଜନ ସାର । ଭାରି ରାଗି ।ସବୁଦିନୱାର୍ଡ 

ଘୋଷି ଆସିବାକୁ କହିଥାନ୍ତି । ପଚାରି ପଚାରି ଭୁଲ ହେଲେ ବାଡାନ୍ତି। ସେଥିପାଇଁ ପ୍ରବଳ ଡର ।ମୋତେ ଦିନେ ପଚାରିଦେଲେ ମାଉଁଟେନ ସ୍ପେଲିଙ୍ଗ କର । ମୂଁ ଠିଆହୋଇ କହିଲି ।ହେଲେ ସେ କଳାପଟାରେ ଆସି ଲେଖିବାକୁ ଡାକିଲେ । ପାଖକୁ ଯାଇ ଲେଖୁ ଲେଖୁ(a )ଟେ ଛାଡିଦେଲି ଭୟରେ । ହାତରେ ଗଣି ଗଣି ଚଉଦ ପାହାର ମାଡ଼ଖାଇଲି ।ସବୁଦିନକୁ ମନେ ରହିଲା ।ସେଇଦିନୁ ଠିକରେ ଲେଖି ପଢି ଉତ୍ତର ଦିଏ ଆଉ କେବେ ମାଡ଼ ଖାଇନି ବରଂ ଥରେ ଆମ ଶ୍ରେଣୀର ବିଶ୍ୱନାଥ କଣ କହିଥିଲା ଯେ ଦିନେ ତାକୁ ପିଟି ପକାଇଥିଲି । ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଏମିତି ଅନେକ ଅଙ୍ଗେ ନିଭା କଥା । ଷଷ୍ଠ ସପ୍ତମ ଶ୍ରେଣୀ ମଧ୍ୟରେ ଫୁଲ ଗଛ ଲଗାଇବା ପ୍ରତିଯୋଗିତା ଚାଲେ । ସପ୍ତମରେ ଏକାଠି ସାମସ୍ତେ )ମୁଢିମିଶ୍ଚର ସାଙ୍ଗ ହୋଇ ଖାଉ । ସାର ମଧ୍ୟ ଆମସହ ଖାଆନ୍ତି ମୁଢି ମିଶ୍ଚର ବରା ଚପ ଇତ୍ୟାଦି ।ସମସ୍ତଙ୍କ ମନରେ ଝରୁଥିଲା ସ୍ନେହର ନିର୍ଝରିଣୀ ।ଆଜି ଯାଏଁ ରହିଛି ଅନ୍ତରେ ଥିଲେ ଦୂରେ ବହୁ ଦୂରେ ।


       ଗାଁରେ ପ୍ରଥମ କରି ଆମ ଝିଅ ସାଙ୍ଗମାନେ ଡ୍ରାମା ରେ ଭାଗ ନେଇଥିଲୁ ।ପୁଅମାନେ ଗଣେଶ ଗୀତିନାଟ୍ୟ ଓ ଝିଅମାନେ ପ୍ରଥମେ ମାନଭଞ୍ଜନ ଏବଂ ଗୀତିନାଟ୍ୟ ମଝିରେ ଓଡ଼ଶୀ ନୃତ୍ୟ କରିଥିଲୁ ।ବହୁତ ସୁନ୍ଦର ହେଲା ।ସମସ୍ତଙ୍କ ମୁଖରେ ପ୍ରଶଂସା ଅଜାଡି ହୋଇଥିଲା ।3/4ରାତି ଅଭିନୀତ ହୋଇଥିଲା ।ଉଚ୍ଚ ବିଦ୍ୟାକୟକୁ ଯାଇ ସେଠାର ଅନେକ ସ୍ମୃତି ସାଉଁଟିଥିଲି । ଖେଳଶିକ୍ଷକ ହେଲେ ବି ଗଣିତ ଓ ଭୂଗୋଳ ଆମକୁ ପଢ଼ାନ୍ତି । ବହୁତ ସୁନ୍ଦର ପଢ଼ାନ୍ତି । ସାପ୍ତାହିକ ପରୀକ୍ଷା କରାନ୍ତି । ପୂର୍ଣ୍ଣ ସଂଖ୍ୟା ରୁ ଯେତିକି କମିବ ସେତେ ପାହାର ମାଡ଼ ହୁଏ । )ମାଡ଼କୁ ଡରି ସମସ୍ତେ ପଢ଼ନ୍ତି । ଥରେ ଗଣିତ ପରୀକ୍ଷା ହୋଇଥାଏ । ସାର, ଭଲ ପଢ଼ୁଥିବା ପିଲାଙ୍କୁ ଖାତା ଅଦଳ ବଦଳ କରିଦେଲେ,। ତୁ ତୋ ଖାତା ସେ ତୋ ଖାତା ଦେଖି ମାର୍କ ଦେବ ।ମୋ ପାଖରେ ବିଶ୍ୱନାଥର ଖାତା ପଡିଥାଏ ।ଦେଖିଲି ସବୁ ଠିକ ଅଛି । ଫୁଲ ମାର୍କ ପାଇବ । କଣ କରିବି ମୋର ଯଦି କମ ମାର୍କ ଥିବ ମୂଁ ମାଡ଼ ଖାଇ ମଲି । ଆଉ ରାତି ନିଦ ଲାଗିଲାନି । ପୁଣି ଭୋର 4ଟା ରେ ଉଠି ଖାତା ଦେଖିଲି । ଜ୍ୟାମିତିର ତ୍ରିଭୁଜଟିର ବାହୁ ଦୁଇଟି ଅଦଳ ବଦଳ କରି ଭୁଲ କରିଦେଇଥିଲା । ପାଞ୍ଚ ମାର୍କ କମିଗଲା ।ମୋର ଫୁଲ ମାର୍କ ଥିଲା ।ରକ୍ଷାପାଇଗଲି ।ପ୍ରତି ବର୍ଷ ଗଣିତରେ ସର୍ବୋଚ୍ଚ ନମ୍ବର ରଖି ସେଇ ସାରଙ୍କଠାରୁ ପୁରସ୍କାର ପାଏ । ଏବେବି ସେ ସାରଙ୍କୁ ଦେଖିଲେ ଭୟରେ ଅବା ଭକ୍ତିରେ ସାମ୍ନାରେ ଠିଆହୋଇ କଥାହେବାକୁ ଭୟ ଲାଗେ ।


 ବାଡ଼ିପଟେ ଅଳ୍ପ ବାଟରେ କୁଆଁରୀଆ ନଈ ଥିଲା ଅତି ଆପଣାର । ଜୀବନ କହିଲେ ଚଳେ । ଦିନେ ନ ଗଲେ ତା ପାଖକୁ ମନ ବୁଝେନି ।ଦୁଇ ବେଳା ସାଇଯାକ ଝିଅ ସାଙ୍ଗ ହୋଇ ନଈକୁ ଯାଉ । ଆମ ବାଡ଼ିପଟେ କୂଅ ମୂଳେ ଗରା ଗିନା ଧରି ସମସ୍ତେ ଏକାଠି ହୋଇ ଯାଉ । ସକାଳବେଳା ଗାଧୋଇ ଶୀଘ୍ର ଆସୁ ।ମାତ୍ର ଉପରବେଳା ଶୀତଦିନେ ଶୁଖିଲା ଶାଢ଼ୀ ନେଇ ବାଲିରେ କୋଠରି କରି ରଖୁ । ବେଳେ ବେଳେ ମୁଢି ମିଶ୍ଚର ନେଇ ବାଲିରେ ବସି ଏକାଠି ଖାଉ । ନଦୀ ଉପରପଟକୁ ଲାଟିନ ଯାଉ । ଆଗ ବୁଦାଉହାଡେ ଟିକେ ଲୁଚକାଳି ଖେଳ ହୁଏ । ଗପସପ ହସଖୁସି ଥଟ୍ଟା ମଜ୍ଜାରେ ସ୍ନାନଶୌଚ ସାରି ଘରକୁ ଆସିଲା ବେଳକୁ ସନ୍ଧ୍ୟା ହୋଇଯାଏ । ବୋଉ ଗାଳିକରି କହେ ନଈଟା କଣ ଘୁଞ୍ଚି ଯାଇଥିଲା କି? ଘଡ଼ିଏ ରାତି ହୋଇଗଲା । କିଛି ନ କହିଚୁପ ରହେ । ପ୍ରାୟପ୍ରତି ସପ୍ତାହରେ ଭୋଜି ଆୟୋଜନ ହୁଏ । ଜଣ ଜଣକ ଘରେ ।, ଭୋଜି ଭାତ ବଳକା ହେଲେ ପଖାଳ ଭୋଜି ବି ହୁଏ ତାପରଦିନ । କେତେ ମଜ୍ଜା ହୁଏ । ସବୁଝିଅମାନେ ଏକାଠି ଗୋଟିଏ ଜୀବନ ହୋଇ ରହିଥିଲୁ ସାଇରେ ।ଗ୍ରାମ୍ୟ ଜୀବନର ସରଳତା ଅତି ମଧୁର ଥିଲା । ସେମିତି ଦିନେ ପଖାଳ ଭୋଜିରେ ମାଛ ଭଜା ସାଥିରେ ମାଛ ମୁଣ୍ଡ ପକାଇ ଲେଉଟିଆ ଶାଗ ଭଜା କରିଦେଇଥିଲି । ସମସ୍ତେ ଖାଇ ପ୍ରଶଂସା ମୁଖର ହେଲେ । ଏବେବି ସାଙ୍ଗ ମାନେ କେବେ କେମିତି ଦେଖାହେଲେ ମାଛମୁଣ୍ଡ ଭୋଜି କଥା ମନେପକେଇ ହସନ୍ତି   ।    

      ଖାଇପିଇ ସାରି ଖରାବେଳେ ଛୁଟିରେ ଖେଳ ଆରମ୍ଭ ହୁଏ । ପଡିଶାଘର ଦେଠେଇ ଖାଇସାରି ଚାହିଁ ବସିଥିବ ଆମ ସହ ଖେଳିବାକୁ । ସେତେବେଳେ ଆରଂଭ ହୁଏ କାଞ୍ଜିପଟା ଗାତରେ ଗିଲ ପକାଇ ଖେଳ, ଆଉ କିଏ ତାସ ପାଲିରେ ବସନ୍ତି । ପୁଣି ଆଉ ଚାରିଜଣ ପଶାପାଲି କାଟି ଆଠ ପଚିଶ । ଆଉକିଏ କାଚ କଉଡ଼ିରେ ବସିଯାଆନ୍ତି । ଶେଷରେ ହାଡ଼ି ହାଡ଼ିଆଣୀ ଖେଳ ହୁଏ ।ଖାଲି ଆଠ ପଚିଶ ଦାନରେ । ଯିଏ ହାରିବ ସେ ହାଡ଼ିଘରକୁ ଯିବ । ପଶାପାଲି ଶେଷରେ ନୂଆ ଘର ତିଆରି ହୋଇ ଥାଏ । ଯିଏ ହାରିଲା ସେଦିନ ସିଏ ଦରମଲା ହୁଏ,। ତାକୁ ଚିଡାଇ ଚିଡାଇ ଲଜ୍ଜିତ କରି ପକାନ୍ତି ।     

    ସାଙ୍ଗ ସାଥୀମାନେ କିଏ କେଉଁଆଡେ ଶାଶୁଘର ଗଲେ । ଦେଖା ହେବା ମଧ୍ୟ୍ ଭାଗ୍ୟରେ ଯୁଟୁନି । ସମୟ ସୁଅରେ ଅଲଗା ହେଲେ ବି ସେଇ ବାପଘର ଧୂଳିଖେଳ ସାଙ୍ଗ ସାଥୀ ସଦା ଭାସି ବୁଲୁଚି ମନ ରାଜ୍ୟରେ ନିରୋଳା ମୁହୂର୍ତ୍ତରେ । ଆଖିରୁ ଝରିଯାଏ ଲୁହ ଭୁଲିହୁଏନି ସେ ଅପାଶୋରା ଦିନସବୁ ।। 

   ନନାଙ୍କର ଚାରି ଭାଇ । ମୋ ଜନ୍ମ ବେଳକୁ ଦୁଇ ଭାଇ ସ୍ୱର୍ଗଦ୍ୱାର ଚାଲିଗଲେଣି । ବାକି ଦୁଇ ଭାଇ ସହ ଚାରି ପରିବାର ଗୋଟିଏ ଖଞ୍ଜାରେ ରହୁଥିଲୁ । ବିଞ୍ଚିଣୀ ବାଣ୍ଟ କହନ୍ତି । ସମସ୍ତଙ୍କର ଦାଣ୍ଡରୁ ବାଡ଼ିଯାଏ ଦୁଇ ଦୁଇ ବଖରା ।ଗୋଟିଏ ଶୋଇବା ଘର ।ବାପା ବୋଉ ଭାଇ ଭଉଣୀ। । ଏକାଠି ଖୁସିରେ ରହୁଥିଲୁ । ଆର ବଖରାଟି ରୋଷେଇ ଘର । ସେଇ ବଖରାଟିରେ ହାଣ୍ଡିଶାଳ, ଠାକୁର, ଧାନ ଡୋଲି, ଚାଉଳଇତ୍ୟାଦି ରଖାଯାଇଥାଏ । ଦାଣ୍ଡରୁ ବାଡ଼ିଯାଏ ଗୋଟିଏ ବାଟରେସମସ୍ତେ ଯିବା ଆସିବା କରୁ ।କାହା ଘରେ ଚାବି ତାଲା ପଡ଼ୁ ନ ଥିଲା । କେତେ ସରଳ ସାବଲିଳ ପ୍ରେମମୟ ପରିବେଶ । ସନ୍ଧ୍ୟା ଗଡ଼ିଗଲେ ଆମ ବାରଣ୍ଡାରେ ସମସ୍ତେ ଏକାଠି ହେଉ । ଖରା ଦିନେ ଫ୍ୟାନ ପାଖରେ ତ ଶୀତ ଦିନେ ଉଁହେଇ ନିଆଁର ଝୁଲ ଚାରିପଟେ ସମସ୍ତ କଥା ଢ଼ିଙ୍କିଶାଳରୁ ଢେଙ୍କାନାଳ ଯାଏ । jଦୈନନ୍ଦିନ ଜୀବନର ଅନୁଭୂତି ସବୁକୁ ବଖାଣି ବସନ୍ତି। ନାନା (ବାପାଙ୍କୁ ନନା ଡାକୁ )ଗୀତା ଭାଗବତ ପଢ଼ନ୍ତି ।ସେ ସମୟରେ ନନା ଗାଁରେ ବଡ଼ ଜ୍ୟୋତିଷ ଥିଲେ ।ଗଣନା କରି ଆଗତ ଭବିଷ୍ୟତ କହି ଦେଉଥିଲେ ।ହିନ୍ଦୀରେଏତେ ବୟସରେ ବି ଭଗବତ ଗୀତା ବିନା ଚଷମାରେ ପଢିପାରିଥିଲେ ।ଅବଶ୍ୟ ହିନ୍ଦୀ ଅକ୍ଷର ତକ ମୂଁ ଶିଖାଇ ଦେଇଥିଲି । ହେଲେ ବିନା ଚଷମାରେ ପ୍ରାଞ୍ଜଳ ହିନ୍ଦୀ ଯୁକ୍ତାକ୍ଷର ପଢ଼ନ୍ତି ।ବୋଉ ବି ମଙ୍ଗଳା ସ୍ତୁତି ପଢେ ।ଗୋଟେ ଆଧ୍ୟାତ୍ମିକ ପରିବେଶ । ଏ ଭିତରେ ରେଡ଼ିଓ ପ୍ରୋଗ୍ରାମ,ସମ୍ବାଦପତ୍ର କଥା, କେଉଁ ନୂଆ ଫିଲ୍ମୀ ରିଲିଜ ହେଲା ଯିଏ ଯାହା ଜାଣିଥାଏ ବଖାଣିବସେ ।ବୋଉ ବାରଣ୍ଡା ଶେଷରେ ଥିବା ଚୁଲିରେ ଗରମ ଗରମ ରାନ୍ଧିପରଶିଦିଏ ।9ଟା ପରେ ସମସ୍ତେ ଯେଝା ଘରକୁ ଯାଇ ଖାଇ ପିଇ ନିସ୍ତବଧ ରାତିରେ ଶଯ୍ୟାକୁ ଯାଉ ।⁷

     ବଡ଼ମାଆ ଆମର ଅତି ପ୍ରିୟ ।ତାର ପିଲାପିଲି ନ ଥାନ୍ତି।ତେଣୁ ସେ ଆମକୁ ଅତି ସ୍ନେହ କରେ ।ଶୀତ ଦିନେ ଚୁଲିକୁ ଆବୋରି ଆଖି ବୁଜି ବସେ ।କଥା ପଦେ ପଦେ ହେଉ ହେଉ ଘୁମାଇ ପଡେ । ଆମେ ପୁଣି ଡାକ ପକାଉ । ଏ ଦେଠେଇ!କଣ ଘୁମାଉଛୁ ଚୁଲିରେ ପଡ଼ିଯିବୁ । ସେ କିନ୍ତୁ ସଙ୍ଗେ ସଙ୍ଗେ ଉତ୍ତର ଦିଏ ।ହଁ ଲୋ ଝିଅ, ସପନଟେ ଦେଖିଲି । ଦେଖ ମ, ବସି ବସି ସପନ ଦେଖୁଚି କହି ହସି ହସି ଗଡିଯାଉ । ସେ ଏକୁଟିଆ ଥିବାରୁ ମୂଁ ତା ପାଖରେ ଶୁଏ ।କେତେ ରାଇଜର ଦୁଃଖ ସୁଖ ହେଉ ।ପୁଣି 4ଟା ରାତିରୁ ଉଠି ପାଠ ପଢେ ।ତାପରେ ପ୍ରଭାତ ଅବକାଶ କରୁ ।କେତେ ଭଜନ ଜଣାଣ ବୋଲୁ ସକାଳ ଯାଏଁ ।ନନା ଡାକ ଛାଡ଼ନ୍ତି ରାତି ପହିଲାଣି ଉଠିବନି କିରେ? ଆଜି ସେସବୁ ଗୋଟି ଗୋଟି ହୋଇ ମନେ ପଡୁଛି ।ସବୁ ହଜିଗଲା ଅତୀତର ଅତଳ ଗର୍ଭରେ । ହେଲେ ସାଇତା ହୋଇ ରହିଛି ସେସବୁ ମନ ଗନ୍ତାଘରେ ନିଭୃତ ଅଙ୍ଗନରେ ।ରହିଥିବ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ।

  ରାତି ବଢ଼ି ବଢ଼ି ଅନେକ ହେଲାଣି । ଶୂନଶାନ ଧରତୀ ।ଚାରପାଖେ ସୋରଶବଦ ନାହିଁ ।ଭାବନା ରାଇଜୁ ଫେରି ଆସିଲି ।ଧୀରେଧିରେ ଆଖି ବୁଝି ଶୋଇବାକୁ ଚେଷ୍ଟାକଲି କମଳ ଭିତରେ ।



Rate this content
Log in

Similar oriya poem from Inspirational