Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swarnalata Dash

Others

4.0  

Swarnalata Dash

Others

ଦେବୀ ଆବାହନୀ

ଦେବୀ ଆବାହନୀ

1 min
141


ପାର୍ବଣ ଋତୁର ମୃଦୁ ପଦଚିହ୍ନ

ଧୀରେ ଧୀରେ ଧରା ପରେ ରାଜିଲାଣି

ସମୟର ସେଇ କାଉଁରୀ କୁହୁକ

ମନ ବୀଣାରେ ଝଙ୍କାର ତୋଳିଲାଣି ।


ଭୋଦୁଅର କାଢି ଜଳୁଅଛି ଦେହ

ବର୍ଷା ରାଣୀ କ୍ଷଣେ କ୍ଷଣେ ଉଭା

ରୂପ ରାଗ ତୋଳି ସପନ ଶେଯରେ

ଶୀତଳ କରିବା ପ୍ରୟାସ କିବା ।


କାଶତଣ୍ଡୀ ହସେ ମୁକୁତା ବରଷେ,

ମାଆ ଆବାହନୀ ଗାଏ ଗୁପତେ

ଶିରି ଶିରି ବାଆ ଦିଅଇ ବାରତାହରଷେ 

ଅବତୀର୍ଣ୍ଣା ମାଆ ହେବେ ମରତେ ।


ଦଶଭୁଜା ଦୁର୍ଗେ ଶକ୍ତି ସ୍ୱରୂପିଣୀ

କମଳ ଲୋଚନୀ କଲ୍ୟାଣମୟୀ

 ରତ୍ନ ବିଭୂଷିତା ସିନ୍ଦୁରେ ମଣ୍ଡିତା

ସିଂହ ବାହାନରେ ବିରାଜେ ତହିଁ ।


ଶୁଭ୍ର କାଶତଣ୍ଡୀ ପଦ୍ମ କୁମୁଦିନୀ

ସ୍ୱାଗତ ସଂଗୀତ ଗାନ କଲେଣି

ଶିଶିର କଣିକା ଧୋଇଦେବ ପାଦ

ସଜେଇହେଲାଣି ନିଶିଥିନୀ ।


ସାରା ଜଗତର ଜନେ ଉଲ୍ଲସିତ

ତଵ ନିରାଜନା ପାଇଁ ଜନନୀ 

ଆସ ମାଆ ଦୁର୍ଗେ ମହିଷାମର୍ଦ୍ଦିନୀ 

ଆଶାବୋଳା ନେତ୍ରେ ଅଛୁ ଅନାଇଁ ।


ପ୍ରାଣ ପ୍ରାଚୁର୍ଯ୍ୟରେ ଭରା ଜଗଦ୍ଧାତ୍ରୀ

ଦୁଷ୍ଟ ନାଶି ରକ୍ଷା କରିବେ କ୍ଷିତି 

ସତ୍ୟ ସନାତନୀ ପରମବୈଷ୍ଣବ

ଉଦ୍ଧାରିବେ ସନ୍ଥ ଫେଡ଼ି ଦୁର୍ଗତି ।


 



Rate this content
Log in