ଆମ ବାପୁ
ଆମ ବାପୁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପବିତ୍ରଭାରତ ବର୍ଷେ ଜନ୍ମିଥିଲେ
ମହାତ୍ମା ବାପୁଜୀ ଆମ
ଅହିଂସାର ମନ୍ତ୍ର ସତ୍ୟ ନ୍ୟାୟ ପଥ
ବାଣ୍ଟିଥିଲେ ସୂର୍ଯ୍ୟ ସମ |
ଅଠର ଶହ ଅଣସ୍ତୁରୀ ମସିହା
ଦୁଇ ଅକ୍ଟୋବର ଦିନ
ପିତା କରମଚାନ୍ଦ ପୁତୁଲି ବାଇ ମା
କୋଳ କରିଲେ ମଣ୍ଡନ |
ମୋହନ ଦାସ କରମ ଚାନ୍ଦ ଗାନ୍ଧୀ
ସମ୍ପୂର୍ଣ୍ଣ ନାମ ତାଙ୍କର
ଅତି ଲାଜୁକୁଳା ପାଠରେ ଦୁର୍ବଳ
ତେର ବର୍ଷେ ବିଭାଘର |
କସ୍ତୁରବା ସେ ଧର୍ମପତ୍ନୀ ତାଙ୍କ
ସହକର୍ମୀ ସାଥି ଥିଲେ
ରବୀନ୍ଦ୍ରନାଥ ଟ୍ୟାଗୋର ଗୁରୁ ତାଙ୍କୁ
ମହାତ୍ମା ଉପାଧି ଦେଲେ |
)ଓକିଲାତି ପଢି ବିଦେଶୁ ଫେରିଲେ
ଦେଶ ସେବାରେ ତ ମନ
ଗୋରା ଶାସନରେ ଦମନ ଲୀଳାକୁ
ଦେଖି କଲେ ଆନ୍ଦୋଳନ |
କଳା ଗୋରା ଭେଦଭାବକୁ ଦୁରେଇ
ଅସ୍ପୃଶ୍ୟତା ନିବାରଣ
ଆଇନ ଅମାନ୍ୟ ଅସହଯୋଗ ତ
କଲେ ଏକତା ହୋଇଣ |
ଲାଠିମାଡ଼ ଖାଇ କରାଗରେ ରହି
ଜନ ଜାଗରଣ କଲେ
ଭାରତ ଛାଡ଼ ଡାକରାର
େ ଦିନେ
ଗୋରା ଶାସକ ଫେରିଲେ |
ଦାନବୀର ହରିଶ୍ଚନ୍ଦ୍ରପୁଣି ସେ ତ
କଥା ଶ୍ରବଣ କୁମାର
ଅନୁପ୍ରାଣିତ ସେ ଶୁଣି ହୋଇଥିଲେ
ସତ୍ୟ ଧର୍ମ ଏକା ସାର |
ବିଦେଶୀ ବସ୍ତ୍ର କୁ ବର୍ଜନ ଆହ୍ୱାନ
ନିଜେ ପିନ୍ଧିଲେ ଖଦଡ଼
ନ ଦେଖି ନ ଶୁଣି ନ କହି ଖରାପ
କଥା ସେ ତିନି ମାଙ୍କଡ଼ |
ରାମ ରାଇଜ ତ କରିବେ ଦେଶକୁ
କରିଥିଲେ ବାପୁ ପଣ
ଅଧୁରା ରହିଲା ଆତତାୟୀ ଗୁଳି
ବାଜି ତୁଣ୍ଡେ ହା ରାମ | |
କହିଥିଲେ ବାପୁ ଯେଉଁଦିନ ନାରୀ
ରାତି ଅଧେ ବାହାରିବେ
ସେ ଦିନ ଏ ଦେଶୁ ଦୁଃଖ ଦୂର ହେବ
ଶାନ୍ତିରେ ନର ବଞ୍ଚିବେ |
ଫେରିଆସ ବାପୁ ଜନ୍ମଭୂମି ଡାକେ
ଗଢ଼ିବ ସୁନାର ଦେଶ
ଜଗତର ଗୁରୁ ହେବ ଆମ ଦେଶ
ଜଗତେ ରହିବ ଯଶ |
ଜାତିର ଜନକ ଶତାବ୍ଦୀ ପୁରୁଷ
ହୋଇଛନ୍ତି ସେ ଅମର
ତାଙ୍କୁ କୋଳେ ପାଇ ଧନ୍ୟ ଏଇ ଭୂମି
ରଖିଲେ ଟେକ ଦେଶର |