Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gautam Das

Abstract Inspirational Children

4  

Gautam Das

Abstract Inspirational Children

ଉତ୍କଳର ଦକ୍ଷ ଉତ୍ତରାଧିକାରୀ ଗୌତମ ଦାସ

ଉତ୍କଳର ଦକ୍ଷ ଉତ୍ତରାଧିକାରୀ ଗୌତମ ଦାସ

3 mins
365


ସଂଘର୍ଷରେ ଗଢା ଆମ ଜାତି ଇତିହାସ

ଜାତିପ୍ରେମେ ବିପ୍ଳବୀ ପ୍ରାଣର ଉଚ୍ଛ୍ୱାସ।


ଏ ମାଟି ଓ ଭାଷା ନିଜ ଅସ୍ତିତ୍ୱ ସକାଶେ

ଆପ୍ରାଣ ଉଦ୍ୟମ ଭାଷା ସ୍ୱତନ୍ତ୍ରର ଆଶେ ।


ଓଡିଆ ଅସ୍ମିତା ପାଇଁ ଜୀବନ ଯେ ଦେଲେ

ପୂର୍ଣ ସମର୍ପଣେ ବୀର ପୁତ୍ର ଲଢିଥିଲେ।   


ସମୁହ ପ୍ରଚେଷ୍ଟା ସଫଳତା ଘେନିକରି

ନୂତନ ପ୍ରଦେଶ ହେଲା ଭାଷା ଭିତ୍ତିକରି ।


ଅଭିଯାନେ ଭାରତୀୟ ଭାଷା ଅଗ୍ରସର

ଜାତୀୟ ସମ୍ମିଳନୀ ଓଡିଆ କବିଙ୍କର ।


ଆରମ୍ଭିଲେ ଚୁଡାମଣି ଶଶାଂକ ଶେଖର

ପ୍ରକୃତି ପ୍ରେମୀ କବିତା ଚିଲିକାର ତୀର ।


ପରେ ଗୁରୁ ଶ୍ରୀ କଲ୍ୟାଣ କବି ମହାପାତ୍ରେ

ଗଣପତି ଭକ୍ତି ଭାବ କବିତାର ସୂତ୍ରେ ।


ସୌରମଣ୍ଡଳ ବିଷୟବସ୍ତୁ ତତପରେ

ରକ୍ଷକ ନାୟକ କବି ଜହ୍ନ କବିତାରେ ।


ମଧ୍ୟେ ଅଧିବକ୍ତା ଶ୍ରୀ ଗୌତମ ଙ୍କ ପ୍ରବେଶ

ଭାଷା ସାହିତ୍ୟ ଆକାଶେ କବି କୂଳ ଦାସ ।


ଭକ୍ତି ରସେ କବିତା ମାତା ଙ୍କ ପାଠ କଲେ 

ମହାମାରୀ ସମାପ୍ତିର ପ୍ରଣତି ଢାଳିଲେ ।


ସୁଶ୍ରୀ ସୁନୀତି କବିତ୍ରୀ ବିଷୟ କରୁଣା

ଫୁଟାଇଲ କାବ୍ୟେ ନାରୀ ହୃଦୟ ଜନ୍ତ୍ରଣା ।


ଝିଅ ପ୍ରତି ଜଣା କିଛି ଅନ୍ୟାୟ ଅଜଣା

 ପୁରୁଷ ଜାତିକୁ ଦେଲ କଲମେ ମନ୍ତ୍ରଣା । 


କବି ସୂର୍ଯ୍ୟ ମିଶ୍ର କାବ୍ୟ ସାହିତ୍ୟ ଆଦରି

ନବ ଉତ୍କଳର ଭବ ଉତ୍ତରାଧିକାରୀ ।


ଅଧ୍ୟାପିକା କବିତ୍ରୀ ସେ ସ୍ନହଲତା ପୃଷ୍ଟି

କାବ୍ୟେ ଦେଲ ଆଇନ ଓ ଭାଷା ଜ୍ଞାନ ଯଷ୍ଟି ।


ପଂକ୍ତି ଫକୀର ମୋହନ ଗର୍ବେ ଉଚ୍ଚାରିଲ

ଦେଶପ୍ରେମେ ସ୍ୱକାବ୍ୟ ଯେ ମଣିଂକୁ ଅର୍ପିଲ ।


କଲ ଅଧିବକ୍ତା କବି ମିଶ୍ର ଗଜାନନ 

କରୁଣା ଦୁଃଖ ଆରତ ବିଷୟରେ ଗାନ । 


କବି ନିରାକାର ଦେଲ ବିପ୍ଲବ ହୁଂକାର 

ବୈସୟିକ ବିକାଶ ବିଷର କାବ୍ୟାକାର ।


ଆତ୍ମହତ୍ୟା ଆଲୋକର ମୃତ୍ୟୁ ଯେ ମାଟିର 

ମାନବିକ ମୂଲ୍ୟବୋଧେ ତୁମେ ଦେଲ ଜୋର । 


ବଶିଷ୍ଟ ନାରୀ କବିତ୍ରୀ ସଂଘମିତ୍ରା ମିଶ୍ର 

ପ୍ରକୃତି ଶ୍ରାବଣେ ବର୍ଷା କାବ୍ୟରେ ଅଜସ୍ର ।


ଏଇ ସମ୍ମିଳନୀ ଇତିହାସେ ଲେଖା ଥିବ

ଉତ୍ସାହ ଜନ ମାନସେ ନୂତନ ଭରୁଥିବ।


ଯୋଡିବ ବହୁ ଅଧ୍ୟାୟ ଭାଷା ସାହିତ୍ୟରେ

ସମ୍ମାନିତ ହେବେ କବି ଓଡିଶା ମାଟିରେ ।


ସମ୍ମିଳନୀ ସଂଯୋଜନେ ଉତ୍କଳ ପ୍ରସନ୍ନ

ପ୍ରଶାନ୍ତରେ ମିଶି ନବ ପ୍ରତିଭା ଯେ ମଗ୍ନ ।


ଆସ ମାତୃଭୂମି ମାତୃଭାଷା କୁ ଆଦରି

ଓଡିଆ ଭାଷା ସାହିତ୍ୟ ନିସ୍ୱାର୍ଥରେ ଧରି ।


ନିନ୍ଦା ପ୍ରଶଂସାରୁ ବର୍ତ୍ତି ଯିବା ସେବା କରି

ଆସ ଉତ୍କଳର ଦକ୍ଷ ଉତ୍ତରାଧିକାରୀ ।



Rate this content
Log in

Similar oriya poem from Abstract