STORYMIRROR

Gautam Das

Abstract Classics Inspirational

3  

Gautam Das

Abstract Classics Inspirational

ତୁମ ଆଦର୍ଶ ଜୀବନ ଗୌତମ ଦାସ

ତୁମ ଆଦର୍ଶ ଜୀବନ ଗୌତମ ଦାସ

2 mins
205

ପରିବାର ଥିଲା କଂଗ୍ରେସର ଗଡ

ବାପା ଥିଲେ ସଚ୍ଚା ସ୍ୱାଧୀନଚେତା,

ଦେଶ ସ୍ୱାଧୀନତା ଜନ ହିତେ ସଦା

ଥିଲେ ସେ ଅଗ୍ରଣୀ ଟାଣୁଆ ନେତା ।।


ଉଚ୍ଚ ପାଠ ପଢି ଆଇନଜ୍ଞ ହୋଇ 

ଜୀବନ ଅର୍ପିଲେ ପରୋପକାରେ,

ରାଜନୀତି ପଥ ଅନୁରୋଧ କେତେ 

ବିଫଳ ଯେ ତାଂକ ନିଷ୍ପତ୍ତି ଠାରେ ।।


ସର୍ବୋଦୟ ହରିଜନ ସେବା ସଂଘ

ଖଦି ଗ୍ରାମୋଦ୍ୟୋଗ ଯଜ୍ଞ ଭୂଦାନ,

ଗୋହତ୍ୟା ବିରୋଧ ଆନ୍ଦୋଳନ ପଥେ

ସନ୍ଥ ବିନୋବା ଓ ଗାନ୍ଧୀ ମହାନ ।।


ଜନ ସେବା ତୁମ ଚାଟଶାଳିଠାରୁ

ପାଇ ପିତାମାତାଂକର ସଂସ୍କାର,

ସମର୍ପିତ ଥିଲ ସମାଜ ସେବାରେ 

ପତ୍ନୀ ପୁତ୍ର ପୁତ୍ରୀ ସପରିବାର ।।


ଗୋପବନ୍ଧୁ ରମାଦେବୀ ନବକୃଷ୍ଣ

ଅନ୍ନପୂର୍ଣ୍ନା ଶରତ ମହାରଣା

ବ୍ୟାସଜୀ ଆଚାର୍ଯ୍ୟ ହରିହର ପୁଣି

ବିଶ୍ୱନାଥ ଆଜ୍ଞା ସାଥି ଗହଣା ।।


ସମାଜର ଆଜି ମୂଳ ଦୋହଲିଛି 

ବଦଳିଛି ଗତି ରାଜନୀତିର,

ଜନସେବା ନାମେ ଶାସନ ଲାଳସା 

ଜୟ ଜୟକାର କୂଟନୀତିର ।।


ନିର୍ଦ୍ଦିଷ୍ଟ ବିଚାର ତୁମ ଚିନ୍ତାଧାରା

ରାଜନୀତି କୂଟନୀତିର ଉର୍ଦ୍ଧ୍ୱ

ଆସ୍ଥା ଥିଲା ଜନ ସମ୍ପର୍କ ସମ୍ବାଦ

ସେବା ସାମାଜିକ କର୍ତ୍ତବ୍ୟବୋଧ ।।


ବହୁ ପ୍ରଲୋଭନ ଛଳନା ଓ କ୍ରୋଧ

ସମୟ ନେଇଛି କେତେ ପରୀକ୍ଷା,

ସଚ୍ଚା କର୍ମୀଭାବେ ଆଦରେଇ ନେଲ

ଅପଚର୍ଚ୍ଚା ଭେଦ ଈର୍ଷା ଉପେକ୍ଷା ।।


ଅଜାଡିଲ ନିଜ କୈଶୋର ପୌଢତ୍ୱ

ନ ଧାଇଁଲ ପଛେ ସ୍ଥାନ କି ସତ୍ତ୍ୱ,

ସାଜି ଏକଛତ୍ର ଦଳର ନେତୃତ୍ୱ

କର୍ମୀକୁ ନ କଲେ ନିଷ୍ପତ୍ତିରେ ଯୁକ୍ତ ।।


ଦୁଃଖିର ସ୍ତବକ ପଥପ୍ରଦର୍ଶକ

ସେବା ଥିଲା ତୁମ ଲକ୍ଷ୍ୟ ଓ ମାର୍ଗ

ରହି ତୃଣମୂଳେ ଆରମ୍ଭ ଓ ଶେଷ 

ସେବା ତୁମ କାଶୀ ଗୟା ପ୍ରୟାଗ ।।


ସୁଧାଂଶୁ ଶେଖର ଦାସ ପ୍ରଜ୍ୱଳିତ

ସେବା କର୍ମ ଦୀପ ଅଲିଭା ଜଳୁ, 

ସଂଗ୍ରାମ ସତ୍କର୍ମ ଆଦର୍ଶ ଜୀବନ

ନୂତନ ପିଢିକୁ ପ୍ରେରଣା ଢାଳୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract