STORYMIRROR

Gautam Das

Abstract Inspirational Children

3  

Gautam Das

Abstract Inspirational Children

ପ୍ରଭୁଂକ ଏ କି ରୂପ: ରଥ ବାହୁଡା

ପ୍ରଭୁଂକ ଏ କି ରୂପ: ରଥ ବାହୁଡା

6 mins
210

ମା’ ଲକ୍ଷ୍ମୀ କହୁଛନ୍ତି: 

ଯାଆରେ କାଳିଆ 

ଗୋଲେଇ ଆଖିଆ

ଗେହ୍ଲେଇ ହୋଉଛୁ କେତେ?

ଭାଇ ଓ ଭଉଣୀ ମିଶି ଚାଲିଗଲ 

ଭୁଲିଗଲ ସବୁ ମୋତେ।

ଗୁଣ୍ଡିଚା ମାଉସୀ

ପୋଡ଼ ପିଠା ଦେଲେ

ସବୁ ଚଳୁ କରିଦେଲ,

ପେଟ ପୁରା ଗେଫି

ଡକାର ମାରିକି

ଶ୍ରୀ ମନ୍ଦିରେ ପହଞ୍ଚିଲ?

ପେଟୁଆ ଠାକୁର

ଛପନ ପଉଟି

ତୁମକୁ ତ ଅଣ୍ଟ ନାହିଁ,

ବାଟରୁ କୋଉଠୁ

ରସଗୋଲା କିଣି

ପ୍ରେମ ହେଉଛ ଦେଖେଇ।

ମାଉସୀ ରାନ୍ଧଣା

ମନଭରିଗଲା

ମୋ ହାତ ସୁଆଦ ଭୁଲି,

ଜାଣିଥା ଏଥର

ନଦେବି ମୁଁ ଆଉ

ଦହି, ଛେନା, ସରପୋଳି।

ମିଛୁଆ କାଳିଆ

ଜଗତେ ଜାଣନ୍ତି

ଯିଏ ମାଆକୁ ଠକିଛି,

ଡିମା ଆଖି ଛୁଇଁ

ରାଣ ବି ଖାଇଲେ

କିବା ବିଶ୍ୱାସ ଅଛି।

ନଅ ଦିନ କାଳ 

ବେପରୁଆ ହୋଇ

କୁଣିଆ ହେଇ ରହିଲ!

ଥରୁଟିଏ ହେଲେ

ମନେ ପଡିଲାନି

ନା ଫୋନ ହ୍ଵାଟସପ କଲ।

ଏଇଲେ ତୁମର 

ମନେପଡିଗଲା

ଘରେ ପତ୍ନୀ ଟିଏ ଅଛି,

ନଣନ୍ଦ ତ ଗେଲ୍ଲୀ

ତାକୁ ଛାଡିଦେଲି

ଭାଇଙ୍କୁ ନକହି କିଛି।

ଭାବୁଛ ତୁମକୁ ସହଜେ ଛାଡିବି, 

ଶ୍ରୀ ମନ୍ଦିର ମୋର ଘର,

ଗେଏଟେ ଆଗରେ

ଜଗିବସିଛି ମୁଁ

ନାରୀ ଦାବି କୁ ବିଚାର।

ସବୁ ଥର ସିନା 

ଭିଡ଼ ଭାଡ଼ ହୁଏ

ବୋଲି ମୋତେ ନିଅ ନାହିଁ,

ଏଥର କରୋନା 

ବେଳ ଫାଙ୍କାଥିଲା

କିଆଁ ମୋତେ ନେଲ ନାହିଁ ?

ଯାଅ ହେ ଭଣ୍ଡୁଆ

କାଳିଆ ଠାକୁର

ଜମାରୁ ଏଣ୍ଟରି ନାହିଁ

କୋଅଟ, କଚେରୀ

ସବୁତ ବନ୍ଦ

କହିବ କାହାକୁ ଯାଇ?

ଭଲ ଥିଲା ସେଇ       

ସୁଶାନ୍ତ ପିଲାଟା

ଯାତରା ବନ୍ଦ କରି,

ତୁମେ କୁଚକ୍ରି

କିମନ୍ତ୍ର କରିଲ

ବୋବଡେ ଦେଲା

ହଁ ଭରି।

ଏଠି କିନ୍ତୁ ଜାଣ

ଆଇନି କାନୁନ

ଲାଗେନାମୋ ବିରୁଧରେ,

ରାସନ ପାଣି ତ

ବନ୍ଦ କରିଦେବି

ଭାବୁଥିବ ତାର ପରେ।

ଯାଅ ହେ ନଟିଆ

କରନା ନାଟକ

ମୋର ପିଲାମାନେ ଦୁଃଖୀ,

କି କରୋନା ରୋଗ

ତୁମେ ବନେଇଲ

ରସାତଳେ ଦିଅ ଫିଙ୍ଗି।

ତାପରେ ଭିତରେ 

ପ୍ରବେଶ କରିବ

ଆଉ ନକହିବି କିଛି ,

ଗ୍ୟାରେଣ୍ଟି ରଖିବ

ଜଗତେ ଏ ରୋଗ 

ଆଉ ନଆସିବ କେବେ,

ତୁମ ବାନା ନାମ 

ପତିତ ପାବନ

ବୋଲି ସିଦ୍ଧ ହେବ ତେବେ।



ଜଗତ ନାଥଂକ ଉତ୍ତର: 

ଜଗତର ହିତେ 

ଭକ୍ତ ହୃଦ ଚିତ୍ତେ, 

ଭକ୍ତ କି ଆକୁଳ 

ଶ୍ରୀଲକ୍ଷ୍ମୀ ବ୍ୟାକୁଳ ॥


ଯେଣୁ ଜିବ ଦେହେ 

ଆତ୍ମା ଅହରହେ,

ପ୍ରାଣୀ ଅବା ଜନ୍ତୁ 

ଜନ୍ମ, ଜରା ମୃତ୍ୟୁ ॥


ହେ ଲକ୍ଷ୍ମୀ ପ୍ରିୟ

ଜାଣ ଅଭିପ୍ରାୟ,

ପ୍ରେମର ପ୍ରବର୍ତ୍ତେ

ଦେବତା ଯେ ମର୍ତ୍ତେ,

ବିରାଗନୁରାଗ

ସହନ୍ତି ନିସର୍ତ୍ତେ ॥


ନିଖୁଣେ ନିରେଖି ଦେଖ!

ଲିଳା ରଚାଗଲା

ଭକ୍ତ ଗୃହେ ତାଲା

ବିଧିବଦ୍ଧ ରଥ ଗଲା, 

ଭକ୍ତ ମେଳେ ରଥ

ନ ଗଡିଲା ସତ

ଦୁରରୁ ଦର୍ଶନ ହେଲା ॥


ଜଗତର ହିତେ

ଆମେ ଯେ ସମସ୍ତେ

ଭକ୍ତ ମଧ୍ୟେ ଥାଉଁ ରହି,

ଏକ ପରିବାର 

ଭକତ ଆମ୍ଭର

ଆତ୍ମବତ ସେବା ପାଇ ॥


ଭକତଂକ ପାଇଁ

ଯାଇ ଥିଲି ମୁହିଁ

ଭାଇ ଭଉଣୀଂକ ସଂଗେ,

ବିନା ତୁମ ପ୍ରଭା

ଶ୍ରୀମନ୍ଦିର ଶୋଭା

ହୁଅନ୍ତା ଶ୍ରୀହିନ ଅଂଗେ ॥


ନିଳାଚଳ ଗିରି

ନିଳାଦ୍ରୀ ବିହାରି

ତୁମ ବିନା ପରା ଅଧା,

ତୁମେ ଅନ୍ନପୂର୍ଣ୍ନା 

କମଳା ଇନ୍ଦିରା

ସର୍ବଭୂତହିତପ୍ରଦା ॥


ଭକ୍ତ ସ୍ୱାସ୍ଥ୍ୟ ପିଡା

ଭୈରବ ବାହୁଡା

ପ୍ରକୃତି ରଚଇ ସବୁ,

ତେଣୁ ଜାଣ ତୁମେ

ଏ ମିଛ ଆଖଡା 

ଜଗତର ନାଟ କେବୁଁ॥


ସବୁକୁ ମୋ ଆଖି

ସୁଖ ଶାନ୍ତି ରକ୍ଷୀ

ଭକ୍ତ ଡାକେ ଚକାଆଖି 

ତୁମେ ମୋର ସଖି

ମୋର ମନ ପକ୍ଷୀ

ରମା କମଳା କାମାକ୍ଷୀ॥


ପୂର୍ବେ ମାନିଅଛ

ମୋ ହୃଦୟେ ଅଛ

ମନ ମନ୍ଦିରରେ 

ଅସ୍ଥାନ ଦେଇଛ,

ଗାରେନ୍ଟି ୱାରେନ୍ଟି

କଥା କହି ତୁମେ

ଭକ୍ତ ମନ ମଧ୍ୟେ

ସ୍ୱତନ୍ତ୍ରେ ରହିଛ ॥


ରୋଗ ବି ଆସିବ

ଶୋକ ବି ଆସିବ

ଆସୁଥିବ ସୁଖ ଦୁଃଖ, 

ଭକତଂକ ପିଡ଼ା

ଦୁଃଖ ଆରତରେ 

ନିଏଁ ମୁଁ ନୃସିଂହ ମୁଖ ॥


ଏଆଡେ ଅନାଇ ଦେଖ!

ଉଡେ ଘନ ଘନ

ପତିତ ପାବନ 

ଉଡାଇ ନେବ ଯେ

କରୋନା ର ଚିହ୍ନ

ମହାମାରି ହେବ

ଭବରୁ ନିଶ୍ଚିହ୍ନ ॥


ତୁମେ ମହାଲକ୍ଷ୍ମୀ

ତୁମେ ମାତୃ ଶକ୍ତି 

ତୁମ ଦୟା ଥିଲେ

ନିରୋଗ ପ୍ରଶାନ୍ତି,

ଭକତ ବିନୋଦ

ମୋର ହୃଦ ଚିତ୍ତ

ଜଗନ୍ମାତ ନାମେ

ମର୍ତ୍ତରେ ପ୍ରସିଦ୍ଧ ॥





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract