STORYMIRROR

Gautam Das

Abstract Inspirational Children

4  

Gautam Das

Abstract Inspirational Children

ମହାବାହୁ ଥାଉ ଥାଉ

ମହାବାହୁ ଥାଉ ଥାଉ

1 min
245


ଶୁଖୁନାହିଁ ଲୁହ କାନ୍ଦି କାନ୍ଦି ମୋର

କେତେ କନ୍ଦାଇବ ଆଉ,

ମୋ ଦୁଃଖ ଆରତ କେବେ ଏଡାଇବ

ମହାବାହୁ ଥାଉ ଥାଉ ।


ଶୁଖିବନି କେବେ ଯେତେ କାନ୍ଦିଲେବି              

ଏ ଦୁଃଖ ସାଗର ଢେଉ,                 

କରମର ଫଳ ଅଲିଭା ଅନଳ               

ସଦା ଜଳେ ଦାଉ ଦାଉ ।               


କର୍ମର ପଥିକ ପଥ ହିଁ କରମ

କର୍ମ ହିଁ ଗନ୍ତବ୍ୟ ହେଉ, 

ଜାଗ ଉଠ ଗଢ କର୍ମର ନିଶୁଣି

ଲୁହ ଲହୁ ଦେଉ ଦେଉ ।


ରାମାୟଣ ଗୀତା ପୁରାଣ ସଂହିତା             

ନିତିଦିନ ଶୁଣୁ ଗାଉଁ, 

କଲୁନାହୁଁ କେବେ ତାହାର ପାଳନ              

ଏ ଜୀବନ ଯାଉ ଯାଉ ।


ସୁଖ ଦୁଃଖ ଲୁହ ଆରତର ଡୋରି

ତୁମ ହାତେ ସଦା ଥାଉ,

ହରିବ ସେ ଦୁଃଖ ଆହେ କଳାମୁଖ

ଦାସ କହେ ଗାଉ ଗାଉ ।



Rate this content
Log in

Similar oriya poem from Abstract