STORYMIRROR

Gautam Das

Abstract Inspirational Children

4  

Gautam Das

Abstract Inspirational Children

ସକଳ ସୃଜନେ ତୁହି ଗୌତମ ଦାସ

ସକଳ ସୃଜନେ ତୁହି ଗୌତମ ଦାସ

1 min
281

ଫେରିବି ପ୍ରଭୁ ହେ ତୋ ପାଦ ପଦ୍ମକୁ 

ଜୀବ ଯାତ୍ରା ସାରି ମୁହିଁ,

ଏ ଜୀବ ଜୀବନ ଦୁର୍ଲଭ କେବଳ 

ସକଳ ସୃଜନେ ତୁହି । 

ମୂଲ୍ୟାଂକନ ହେବ କୃତ କରମର

ନିର୍ଣ୍ଣୟ ତୋ ପାଦେ ଯାଇ,

ଏ ଜୀବ ଜୀବନ ଦୁର୍ଲଭ କେବଳ 

ସକଳ ସୃଜନେ ତୁହି ॥ 


ଉଡିଥାଉଁ ଦୂର ସମୁଦ୍ର ପର୍ବତ 

ନଦ ନଦୀ ମହାଦେଶ, 

ଛଳନା ଯନ୍ତ୍ରଣା ହୃଦୟରେ ଥାଇ 

ଆବରଣେ ମିଛ ହସ, 

ମାୟା ମୋହ ଅବା ଯୌବନ ସମ୍ପଦ 

ସଦା କେବେ ରହିନାହିଁ, 

ଏ ଜୀବ ଜୀବନ ଦୁର୍ଲଭ କେବଳ 

ସକଳ ସୃଜନେ ତୁହି ॥ 


ସୁଦୃଢ ସମୃଦ୍ଧ ଜୀବନ ଆମର 

ଦିବ୍ୟ ପ୍ରାଣ ପ୍ରବାହିତ, 

ବୀର ବୀରାଂଗନା ଜପ ତପ ସିଦ୍ଧି 

ଅକ୍ଷୟ ଅବିରତ, 

ପୂରୁବ କରମ ଫଳ ପରିଣାମେ

ପ୍ରାଣ ଏ ଶରୀରେ ପାଇ, 

ଏ ଜୀବ ଜୀବନ ଦୁର୍ଲଭ କେବଳ 

ସକଳ ସୃଜନେ ତୁହି ॥ 



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract