ଆସ ଋତୁରାଜ ଆସ
ଆସ ଋତୁରାଜ ଆସ
ଆସ ଋତୁରାଜ ଧରା ପୃଷ୍ଠେ ଆସ
ସ୍ଵାଗତେ ଜଗତ ରତ
ଆନନ୍ଦର ଉତ୍ସେ ତୁମେ ପରା ଅଛ
ତୁମ ତ ସୁନ୍ଦର ସ୍ଵଚ୍ଛ ।
ସକଳ ପରାଣେ ଭରି ଦିଅ ତୁମେ
କାମନା ବାସନା ଚାରୁ
ସତେ କି ସୁମନ ପୁର ପଲ୍ଲୀ ଖେଳି
ଲିଭାଏ ହୃଦୟ ଭୀରୁ ।
ଐକ୍ୟବଦ୍ଧ ହୋଇ ଫଗୁ ରଙ୍ଗ ନାଇ
ଢୋଲକର ତାଳେ ନାଚି
ସ୍ଵାଦିଷ୍ଟ ଭୋଜନ କରନ୍ତି ଉତ୍ସର୍ଗ
ସେନେହ ପୀରତି ବିଞ୍ଚି ।
ତୁମ ଆଗମନେ ଶୈବ୍ୟ ପୀଠେ ଭକ୍ତ
ଉଜାଗରେ ଦୀପ ଜାଳି
ବିଭୂ ପାଦ ତଳେ ମଙ୍ଗଳ ମନାସି
କରନ୍ତି ଅନ୍ତରୁ ଅଳି ।
ଋତୁ ମଧ୍ୟେ ଶ୍ରେଷ୍ଠ ଆହେ ଋତୁରାଜ
ରଙ୍ଗିନ ଚିତ୍ରିତ ରୂୂୂପ
ବିଶ୍ୱ ବ୍ରହ୍ମାଣ୍ଡର ଶାନ୍ତି ପ୍ରଦାୟକ
ତୁମେ ଆନନ୍ଦର ସ୍ତୁପ ।
ରାଧ ଦାମୋଦର ମନ୍ଦିରୁ ବାହାର
ମେଳନ ପଡିଆ ପାଇଁ
ସଙ୍ଗେ ଭକ୍ତଗଣ ଉତଫୁଲ୍ଲିତ ମନେ
ନମାନନ୍ତି ଜଳ ଭୂଇଁ ।
ସୁଖ ପ୍ରଦାୟକ ଶିତଳ ବାହକ
କୃପା ଦୃଷ୍ଟି ସଦା ରଖ
ଚର୍ମ ବ୍ୟାଧି ମୁକ୍ତ ହେଉ ଏ ଜଗତ
ସଭିଏଁ ଲଭନ୍ତୁ ସୁୁଖ ।