ଭକ୍ତି ଅର୍ଘ୍ୟ
ଭକ୍ତି ଅର୍ଘ୍ୟ
ମନ ମନ୍ଦିରକୁ ଆସିବ ବୋଲି
ହୃଦୟ ଅଗଣା ରଖିଛି ଖୋଲି |
ତୁଳସୀ ଗଜରା ଗୁନ୍ଥି ରଖିଛି
ଚନ୍ଦନ ପାଣିକୁ ସିଞ୍ଚି ଦେଇଛି |
ମଲ୍ଲୀମାଳ ଗୋଟେ ଦେଇଛି ଗୁନ୍ଥି
ନାଲି ସିନ୍ଦୁରେ ମୁଁ ଭରିଛି ସିନ୍ଥି |
ପଖାଳ କଂସାରେ ଦହିର ଛୁଙ୍କ
ଶାଗଭଜା ଲାଗି ତୁମେତ ରଙ୍କ |
ଘର ଅଗଣାରେ ବସିବା ପାଇଁ
କୁସୁମରେ ଶେଯ ଅଛି ସଜାଇ |
ଝୁଲିଝୁଲି ଆସ ମୋ ବେଣୁପାଣି
ତୁମକୁ ଝୁରୁଛି ଟଙ୍କ ତୋରାଣି |
ଗରିବ ଅଗଣା ଧନ୍ୟ ମୋ ହେବ
ଚରଣ କମଳ ଯେବେ ଥାପିବ |
ଆନନ୍ଦାଶ୍ରୁ ଧାରେ ଧୋଇବି ପାଦ
ଧନ୍ୟ ହେବ ନେତ୍ର ଦେଖି ଗୋବିନ୍ଦ |
ନରଜନ୍ମ ମୋର ସାର୍ଥକ ହେବ
ଭଵ ସଂସାରରୁ ମୁକ୍ତି ମିଳିବ |