Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Tragedy

4  

Madhusmita Prusty

Tragedy

ରୌଦ୍ରତାପେ ଉତ୍ତପ୍ତ ଧରିତ୍ରୀ

ରୌଦ୍ରତାପେ ଉତ୍ତପ୍ତ ଧରିତ୍ରୀ

1 min
241


ବୁଝିବି ଅବୁଝା ଏ ମଣିଷ ଜାତି

ଅନର୍ଥ ଦେଉଛି କରି,

ଗଛ କାଟିଦେଇ ପଦା କରୁଅଛି

ବିପଦ ଆଣେ ଆବୋରି |


ନିଜ ସ୍ୱାର୍ଥପାଇଁ ଜଙ୍ଗଲର ନଷ୍ଟ

କଳ କାରଖାନା ଗଢ଼ି,

ନିଜ ଗୋଡ଼େ ନିଜେ କୁରାଢ଼ୀ ମାରୁଛି

ତ୍ରାହିମାମ୍ ରଡ଼ିଛାଡି |


ଗଛଟିଏ କେବେ ଲଗାଇଛ କୁହ

କାଟି କରିଦିଅ ପଦା,

ବରଷା ହେଉନି ମଳୟ ବହୁନି

ଭୂମିବି ହେଉନି ଓଦା |


ଟାଇଁଟାଇଁ ଖରା ଅସ୍ତବ୍ୟସ୍ତ କରେ

ଶୁଖିଯାଏ ନଦୀନାଳ,

ରୌଦ୍ରତାପେ ଆଜି ଉତ୍ତପ୍ତ ଧରିତ୍ରୀ

ଗମଗମ ବହେ ଝାଳ |


ପିଚୁ,କଂକ୍ରିଟ୍ ର ଚାଦର ବିଛେଇ

କଳ କାରଖାନା ଗଢ଼ି,

ସୁଉଚ ପ୍ରାସାଦ ଅଟ୍ଟାଳିକା ମାନ

ପ୍ରାଣ ନେଉଅଛି କାଢ଼ି |


ତପ୍ତ ତାୱା ପରି ତାତୁଛି ଧରଣୀ

ମାଟି ତାତି ଯାଏ ଫାଟି,

ପାଣି ମୁନ୍ଦେ ପାଇଁ ଡହଳବିକଳ

ଶୋଷରେ ଶୁଖୁଛି ତଣ୍ଟି |


ସଚେତନ ହୁଅ ମାନବ ସମାଜ

କର୍ତ୍ତବ୍ୟ ଯାଅନି ଭୁଲି,

ଅଘଟଣ କିଛି ଘଟିବା ଆଗରୁ

ଜିଇଁ ନିଅ ମନଖୋଲି |



Rate this content
Log in

Similar oriya poem from Tragedy