STORYMIRROR

Bhagyabanta Mahaling

Romance Tragedy

4  

Bhagyabanta Mahaling

Romance Tragedy

ମୋ ପ୍ରେମ

ମୋ ପ୍ରେମ

1 min
449

ବିରହ ନିଆଁରେ ଜଳୁଛି ପ୍ରିୟା ମୁଁ

ତୁମ କଥା ଭାବି ଭାବି

କାହିଁକି କେଜାଣି ଲାଗଇ ତୁମେ ମୋ

ଅଭୁଲା ସ୍ମୃତି ପରି।

ଜୀବନ ଠାରୁ ଅଧିକ ବେଶୀ

ତୁମ କଥା ମନେ ପଡେ

ତମେ ମୋ ଠୁ ଦୂରେଇ ଗଲେ

ମତେ ଭାରି କଷ୍ଟ ଲାଗେ।

ଦେଖିଲେ ତୁମକୁ ବିମୋହିତ ହୁଏ

ତୁମ ସେ ଗୋଲାପ ଓଠ

ସେ ଗୋଲାପ ଓଠେ ଚୁମ୍ବିଦିଅ ଥରେ

ଲାଗୁ ମତେ ଆନନ୍ଦିତ।

ଝରଣା ଝରିଲେ ନଦୀ ଖୁସି ହୁଏ

କାକର ଛୁଇଁଲେ ଫୁଲ

ତୁମେ କି ବୁଝିବ ଅବୁଝା ପ୍ରିୟା

କେତେ ପାଉ ଥିଲି ଭଲ।

ଭ୍ରମର ହେଇ ଭ୍ରମରେ ଭ୍ରମିଲି

ଫୁଲ କୁ ପାଇଲି ଭଲ

ଫୁଲ ପାଖରେ ତ କଣ୍ଟା ଥିଲା

ମାରି ଦେଲା ମତେ ଚୋଟ ।

ସେହି କଣ୍ଟାରେ ତ ବିଷ ଭରି ଥିଲା

ଅକାଳେ ପଡ଼ିଲି ଟଳି

ଫୁଲକୁ ପାଇବା ପାଇଁ ଅଧିର ହେଲି

ଫୁଲକୁ ପାଇଲି ନାହିଁ।

ଝୁରି ଝୁରି ଭ୍ରମର ଫୁଲକୁ

ହେଉ ଥିଲା କଳ ବଳ

ଫୁଲ ତ ବୁଝିଲାନୀ ପ୍ରେମକୁ ତାର

କରି ଦେଲା ସାତ ପର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance