STORYMIRROR

Bhagyabanta Mahaling

Abstract Fantasy

4  

Bhagyabanta Mahaling

Abstract Fantasy

ମନୁଷ୍ୟ ଜୀବନ

ମନୁଷ୍ୟ ଜୀବନ

1 min
241


ସଂସାର ସମ୍ପଦ କ୍ଷଣସ୍ଥାୟୀ ଏଠି

 କାଳ ସ୍ରୋତ ଗତି ବିଚିତ୍ର 

ବେଳ ସରିଗଲେ ଅଭିନୟ ସାରି 

  ଚାଲି ଯିବୁ ଯମପୁର ।


କେହି ନୁହଁ ଏଠି ନିଜର ଭାଇ

 ସର୍ବେ ଏଠି ସ୍ୱାର୍ଥପର 

 ସମ୍ପଦ ବେଳେ ଆଦର କରନ୍ତି

 ବିପଦରେ ଅନାଦର ।।


ଦୁଇ ଦିନ ପାଇଁ କେତେ ଅହଙ୍କାର 

  ଦେଖାଏ ମଣିଷ ଜାତି 

କୁକର୍ମ ପାଇଁ ପଛାଏ ନାହିଁ 

 ଭୁଲିଯାଏ ନିଜ ଖ୍ୟାତି ।।


 ପ୍ରାଣ ଥାଉଥାଉ ସୁକର୍ମ କର 

   ପାଇବ ଯଶ ସମ୍ମାନ

ଦୁଃଖୀ ଦରିଦ୍ର ଙ୍କ ସେବା କରୁଥିଲେ 

  ଜୀବନ ହୋଇବ ଧନ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract